ଢେଙ୍କାନାଳ : ଗଁଦିଆ ବ୍ଲକ ମିଳିତ ସାମ୍ବାଦିକ ସଙ୍ଘ ଗଁଦିଆ ପକ୍ଷରୁ ସଙ୍ଘ ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l
ସଙ୍ଘ ର ସଭାପତି କ୍ଷୀରୋଦଚନ୍ଦ୍ର ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଓଡିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ସମାରୋହ କୁ ଉଦଘାଟନ କରିଥିଲେ। ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ବକ୍ତା ଭାବରେ ଯୋଗଦାନ ଦେଇଥିଲେ । ଏହି ଉପଲକ୍ଷେ ସମାଜ ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ମଞ୍ଚାସିନ ଆଶିଷ ରଞ୍ଜନ ସାହୁ ବିଡ଼ିଓ ଗଁଦିଆ, ବିମଳ କୃଷ୍ଣ ଥମ୍ବ ରାଷ୍ଟ୍ରୀୟ ସଭାପତି ଭାରତୀୟ ସାମ୍ବାଦିକ ମହାସଂଘ, ଅମ୍ବିତ ମହାନ୍ତି ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ, ରୀନା ରାଣି ଖଟୁଆ ଅତିଥି ଭାବେ ଥିଲେ।
ଏଥି ସହିତ ଅତିଥି ମାନଙ୍କୁ ମିଳିତ ସାମ୍ବାଦିକ ସଙ୍ଘ ଗଁଦିଆ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା, ତତ ସହିତ ସମାଜ ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହା ସହିତ ଏକ ପତ୍ରିକା “କଲମ “ର ଉନ୍ମୋଚନ କରାଯାଇଥିଲା ।
ଉଦଯାପନୀ ସନ୍ଧ୍ୟର ମୁଖ୍ୟ ଅତିଥି ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟରତ ଅମ୍ବିତ ମହାନ୍ତି, ଙ୍କ ଦ୍ୱାରା ସଙ୍ଘର କର୍ମକର୍ତା ଙ୍କୁ ସମ୍ଭୋଦିତ କରାଯାଇଥିଲା । ସଙ୍ଘର ସଦସ୍ୟ ବିଜ୍ଞାନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଭାପତି ଖିରୋଦ ଚନ୍ଦ୍ର ଦାସ ଓ ସମ୍ପାଦକ ପୁଷ୍ପଲତା ସାମଲ ସହଯୋଗ କରିଥିଲେ । ସଙ୍ଘର ସମସ୍ତ ସଦସ୍ୟ ମଦନ ରାଉତ, ରାମ ନାଥ ପାତ୍ର, ଶ୍ରୀଧର ପାତ୍ର, ତାପସ ଦାସ, ସୁନିତା ବେହେରା, ସ୍ଵାଶତଃ, ପ୍ରସନ୍ନ କୁମାର ଜେନା, ଉଦ୍ଧବ, ସୁଧାଂଶୁ ଓଝା, ଝରଣା ସାମଲ, ଗେଲହୁ , ଦିପୁ, ମାନସୀ, ପ୍ରମୁଖ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ କାର୍ଯ୍ୟକ୍ରମ ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିଲା ।
ଶେଷରେ ଶିବାୟ ଡ୍ୟାନ୍ସ ଗୃପ ଢେଙ୍କାନାଳ, ଶ୍ରୀ ନଟରାଜ କଳା ବିକାଶ କେନ୍ଦ୍ର ଗଁଦିଆ ଓ ଅନେକ ଛୋଟ ଛୋଟ ପିଲାଙ୍କ ଦ୍ୱାରା ନୃତ୍ୟ ଓ ସଂଙ୍ଗୀତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମିଳିତ ସାମ୍ବାଦିକ ସଙ୍ଘ ତରଫରୁ ବିଶେଷ ଆକର୍ଷଣ ମଞ୍ଚସ୍ଥ ପେଣ୍ଟଏଡ଼ ମେଡ଼ିସିନ ନାଟକ ହୋଇଥିଲା ।