ଢେଙ୍କାନାଳ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ବୈଠକ !

ଢେଙ୍କାନାଳ : ସହରସ୍ଥ ଦଧିବାମନ ମଠ ନିକଟରେ କୃଷକ ସଙ୍ଗଠନର ଜିଲ୍ଲା ସଭାପତି ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯୀଇଛି ।

ଉକ୍ତ ବୈଠକରେ ରାଜ୍ୟରେ ବରିଷ୍ଠ ସଦସ୍ୟ ଶଶାଙ୍କ ଶେଖର ରଥ ଯୋଗଦେଇ ଅକ୍ଟୋବର ମାସରେ ରାଜ୍ୟ ସଙ୍ଗଠନ ସତ୍ୟାଗ୍ରହ ପାଇଁ ଆହ୍ୱାନ ଦେଇଥିଲେ । ସମସ୍ତ ବ୍ଲକ୍‌ରେ ଚାଷୀ ସଭା କରି ହଜାର ହଜାର ଚାଷୀ ସତ୍ୟାଗ୍ରହରେ ଯୋଗ ଦେବା ପାଇଁ ଆହ୍ୱାନ ଦେଇଥିଲେ । ତୁରନ୍ତ ବ୍ଲକ୍ ସଭାପତିମାନେ ପଂଚାୟତ କମିଟି ଗଠନ କରି ଜିଲ୍ଲାରେ ଦାଖଲ କରିବେ । ବରିଷ୍ଠ ଉପଦେଷ୍ଟା କୈଳାସ ଚନ୍ଦ୍ର ରାଉତ କୃଷି ନୀତି ଉପରେ ଆଲୋଚନା କରି ଚାଷୀର ଉନ୍ନତି ହେଲେ ଚାଷର ଉନ୍ନତି ହେବ ବୋଲି କହିଥିଲେ ।

ସହ ସମ୍ପାଦକ ପ୍ରହଲ୍ଲାଦ ସାହୁ ଧାନମଣ୍ଡିର ଅବ୍ୟବସ୍ଥା, ମନଇଚ୍ଛା କଟ୍‌ନି ଛଟ୍‌ନୀ, ପ୍ରକୃତ ଚାଷୀ ସୁବିଧା ସୁଯୋଗରୁ ବଂଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ରାଉତ, ଡମ୍ବରୁ ସେଠୀ, ରଥ ସେଠୀ, ହେମନ୍ତ ବେହେରା, ନକୁଳ ରାଉତ, ଅରବିନ୍ଦ ବରାଳ, ବିମ୍ବାଧର ମାଝି, ଚନ୍ଦ୍ରମଣି ନାଥ ପ୍ରମୁଖ ଆଲୋଚନା କରି ନିଜ ଅଂଚଳର ସମସ୍ୟା, ଚାଷୀକୁ ସରକାର କଳର ଅସହଯୋଗ ସଂପର୍କରେ ଆଲୋଚନା କରିଥିଲେ ।

ସଭାପତି ବୀପ୍ରବର ସାହୁ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଆହ୍ୱାନ ଦେଇଥିଲେ । ଉକ୍ତ ବୈଠକରେ ସମସ୍ତ ୮ଟି ଯାକ ବ୍ଲକ୍‌ର ପ୍ରତିନିଧିମାନେ ଯୋଗଦେଇଥିଲେ । ଆସନ୍ତା ଜୁଲାଇ ୧୫ ତାରିଖ ମଧ୍ୟରେ ଜିଲ୍ଲା ବୈଠକ ଡକାଯିବା ପାଇଁ ସ୍ଥିର ହେଲା । ଧାନମଣ୍ଡିକୁ ବ୍ଲକ୍‌ର କର୍ମକର୍ତା ଚାଷୀମାନେ ଯାଇ ସମସ୍ୟା ସମ୍ପର୍କରେ ଅବଗତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥିର କରାଗଲା । ଟାଟା କଂପାନୀର ମନମୁଖୀ କାର୍ଯ୍ୟକ୍ରମ ଓ ବିଜୁଳି ଯୋଗାଣରେ ଅବ୍ୟବସ୍ଥା, ଅସମ୍ଭବ ଭାବରେ ବିଜୁଳି ଦେୟ ବୃଦ୍ଧି ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇ ସଭାରେ ଘୋର୍ ଉଦ୍‌ବେଗ ପ୍ରକାଶ ପାଇଥିଲା ।

ଏ ସଂପର୍କରେ ପରବର୍ତ୍ତୀ ବୈଠକରେ ଆଲୋଚନା ହୋଇ ଦରକାର ପଡିଲେ ହଜାର ହଜାର ସଂଖ୍ୟାର ଚାଷୀ ତଥା ଜନସାଧାରଣ ଆସି ଟାଟା କାର୍ଯ୍ୟାଳୟ ଘେରାଉ କରିବା ପାଇଁ ପଛାଇବେ ନାହିଁ । ଢେଙ୍କାନାଳର ବରିଷ୍ଠ କୃଷକ ନେତା, ସମାଜସେବୀ, ବୟୋଜ୍ୟେଷ୍ଠ ଭୁବନ ଗ୍ରାମର ବ୍ରଜବନ୍ଧୁ ବେହେରାଙ୍କୁ କୃଷକ ଗୌରବସମ୍ମାନରେ ସମ୍ମାନିତ କରିବା ପାଇଁ ସ୍ଥିର କରାଗଲା । ସଭା ଶେଷରେ ରଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 − 6 =