ଜିଲ୍ଲାସ୍ତରୀୟ ମ୍ୟାଲେରିଆ ମାସ ପାଳନ ଓ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ପାଇଁ ସଚେତନତା ବୈଠକ !

ଢେଙ୍କାନାଳ :ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ମାସ ପାଳନ ଓ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ପାଇଁ ସଚେତନତା ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଏହି ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଅଶୋକ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ୧୮.୬.୨୦୨୨ ରିଖ ଦିନ ସମସ୍ତ ବ୍ଳକର ମେଡିକାଲ ଅଫିସର, ବ୍ଳକ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ବିପିଏମ ଓ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମ ଜୁନ ୨୧ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସେ କହିଥିଲେ ।

ଜୁନ୍ ୨୦ ତାରିଖରେ ଏକ ଉଦଘାଟନ ଉତ୍ସବ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସେ କହିଥତିଲେ ଏହି ୩ ମାସ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ଆଶା କର୍ମୀମାନେ ଓ.ଆର.ଏସ. ଓ ତରଳ ଝାଡାର ପିଲାମାନଙ୍କୁ ଜିଙ୍କ ବଟୀକା ପ୍ରଦାନ କରିବା ସହିତ ସମସ୍ତ ଜ୍ୱର ରୋଗୀଙ୍କୁ ଆରଡିଟିରେ ମ୍ୟାଲେରିଆ ପାଇଁ ରକ୍ତ ପରୀକ୍ଷା କରିବା ଓ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା କରିବା ଏବଂ କୋଭିଡ ଲକ୍ଷଣ ଥିଲେ ପରୀକ୍ଷା ପାଇଁ କୋଭିଡ ପରୀକ୍ଷା କେନ୍ଦ୍ରକୁ ପଠାଇବା, ମଶା ଲାର୍ଭା ବଂଶ ନଷ୍ଟ କରିବା ପାଇଁ ପ୍ରତ୍ୟେକ ରବିବାର ଦିନ ଡ୍ରାଏ (ଡେ) ଦିନ ଗାଁ ଓ ସହରରେ ପାଳନ କରାଯିବ ।

ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ମାସ ପାଳନ ଓ ସମନ୍ୱିତ ସର୍ବେକ୍ଷଣ ସ୍ୱାସ୍ଥ୍ୟ ଅଭିଯାନ ପାଇଁ ବ୍ଳକରୁ ଆସିଥିବା ମ୍ୟାଲେରିଆ ସୁପରଭାଇଜର, ଲାବୋରେଟାରୀ ଟେକ୍ନସିଆନ ଓ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ (ପ୍ରାଇଭେଟ ଇନଷ୍ଟିଚ୍ୟୁସନ) ର ଲୋକମାନଙ୍କୁ ସଚେତନ କରାଯାଇଥିଲା । ତାପରେ ଜିଲ୍ଲା ଭେକ୍ଟର ବାହୀତ ରୋଗ ପରାମର୍ଶ ଦାତା ତପନ କୁମାର ସାହୁ ପାୱାର ପଏଁଟ ପ୍ରେଜେଂଟେସନ ମାଧ୍ୟମରେ ମ୍ୟାଲେରିଆ ମାସ ପାଳନ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ସେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ, ମଶାରୀ ବ୍ୟବହାର, ଜ୍ୱର ହେଲାମାତ୍ରେ ରକ୍ତ ପରୀକ୍ଷା କରିବା, ମ୍ୟାଲେରିଆର ଲକ୍ଷଣ ଓ ପ୍ରତିକାର ବିଷୟରେ ସୂଚନା ପ୍ରଦାନ କରିଥିଲେ । ସରକାରୀ ଜିଲ୍ଲା ଭେକ୍ଟର ବାହୀତ ରୋଗ ଅଧିକାରୀ ଡା.ହିମାଂଶୁ ଶେଖର ହେମ୍ବ୍ରମ କହିଥିଲେ ସମସ୍ତେ ମିଳିମିଶି କାମକଲେ ଆମେ ମ୍ୟାଲେରିଆ ଓ ଡେଙ୍ଗୁକୁ ରୋକିପାରିବା ।

ଏହି ବୈଠକରେ ଜିଲ୍ଲା କାର୍ଯ୍ୟକ୍ରମର ପରିଚାଳିକା ସୋନାଲୀ ପ୍ରିୟଦର୍ଶିନୀ, ସରକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ସମ୍ପର୍କ ଅଧିକାରୀ ନନ୍ଦକିଶୋର ମଲ୍ଲିକ, ଏସଏସ ରହିମ, ଲାବୋରେଟାରୀ ଟେକ୍ନିସିଆନ,ମ୍ୟାଲେରିଆର କୋଷାଧ୍ୟକ୍ଷ ସୁକାନ୍ତ କୁମାର ଚାନ୍ଦ, ଶିଶିର କୁମାର ସାହୁ, ବେସରକାରୀ ସଂସ୍ଥାର କର୍ମକର୍ତା, ଭେକ୍ଟର ବାହିତ ରୋଗ ପରିଦର୍ଶକ, ଲାବୋରେଟାରୀ ଟେକ୍ନିସିଆନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two + six =