ଆଇନ ସଚେତନତା କାର୍ଯ୍ୟକ୍ରମ !

ଢେଙ୍କାନାଳ : ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଐରା, ବୋରାପଦା ଠାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

 ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ  ସୁକାନ୍ତ କିଶୋର ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଅଦାଳତର ପ୍ରତିଷ୍ଠା ଏବଂ କାର୍ଯ୍ୟ ବିଷୟରେ ବିଷଦ ଭାବରେ ଆଲୋକପାତ କରାଯାଇଥିଲା । ତତ୍‌ସହିତ ଏହି ସ୍ଥାୟୀ ଲୋକ ଅଦାଲତରେ କେଉଁ କେଉଁ ବିବାଦର ସମାଧାନ ହୋଇପାରିବ ସେ ବିଷୟରେ ଉପସ୍ଥିତ ଥିବା ଶ୍ରୋତାମାନଙ୍କୁ ବିଷଦ ଭାବରେ ବୁଝାଇ ଦିଆଯାଇଥିଲା ।
Leave A Reply

Your email address will not be published.

10 + six =