ଢେଙ୍କାନାଳ : ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି ।
ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଦିନିକିଆ ଯୋଗାସନ ପରିଦର୍ଶନ ଓ ଯୋଗ ଅଭ୍ୟାସ ଶିବିର ଆୟୋଜନ କରିବା ସହ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତରଂଜନ ଦାଶ ଦିନିକିଆ ଯୋଗ ଶିବିରକୁ ଉଦଘାଟନ କରିବା ସହ ସ୍ୱେଚ୍ଛାସେବୀ ମାନଙ୍କୁ ମାନବ ଜୀବନ ଗଢିବାରେ ଯୋଗର ଅବଦାନ ତଥା ଯୋଗ ଦିବସ ପାଳନର ବିଭିନ୍ନ ତାତ୍ପର୍ଯ୍ୟ ଉପରେ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ । ପେର ପରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଯୋଗ ଦିବସର ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଇଶ୍ୱର ବିଶ୍ୱାସ ହେବା ସହ କର୍ମ ଉପରେ ପ୍ରାଧାନ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ ।
ଅନୁଷ୍ଠାନର ପ୍ର.ପ୍ରଦିପ୍ତ କୁମାର ସାହୁ, ଶ୍ରୀ ଲେଖା ପାଏ, ପ୍ରବୀର କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ମିଶ୍ର ଓ ଲଳିତ କୁମାର ବେହେରା , ଶ୍ରଦ୍ଧାଞ୍ଜଳି ସ୍ୱାଇଁ, ମାନସ କୁମାର ଜେନା ଓ ସନ୍ତୋଷ କୁମାର ଲେଙ୍କା ପ୍ରମୁଖ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଅଧ୍ୟାପକ ସୋମନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।