ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ଆର୍ତ୍ତସାମନ୍ତରା କାଟେଣୀ ଗ୍ରାମର ଅନାଥ ଭାଇଭଉଣୀ ଙ୍କୁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ସହାୟତା ପ୍ରଦାନ କରିଛନ୍ତି ।
ଦ୍ୱିତୀୟ ଶ୍ରେଣୀରେ ଲକ୍ଷ୍ମୀଧର ନାୟକ (୯) ଏବଂ ପ୍ରଥମ ଶ୍ରେଣୀରେ ଅପର୍ଣ୍ଣା ନାୟକ (୬) ପାଠ ପଢୁଛନ୍ତି । ସମ୍ପୃକ୍ତ ଦୁଇ ଶିଶୁଙ୍କୁ ଦାୟିତ୍ୱ ତାଙ୍କ ଦାଦା ନେଉଛନ୍ତି।
ସୂଚନାଯୋଗ୍ୟ, ମା’ ଶାନ୍ତିନାୟକ ଏବଂ ବାପା ମିଟିକା ନାୟକଙ୍କ ଦୁଇବର୍ଷତଳେ ମୃତ୍ୟୁ ପରେ ଉଭୟ ଶିଶୁ ଅସହାୟ ହୋଇପଡ଼ିଥିଲେ।