ଯୋରନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦିବସ !

ଢେଙ୍କାନାଳ : ଯୋରନ୍ଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଯୋଗ ଦିବସ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ସ୍ୱାଧିନ ରଥ ଯୋଗର ମହତ୍ୱ ଓ ଆବଶ୍ୟକତା ଉପରେ ଆଲୋକପାତ କରି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯୋଗ ଚିକିତ୍ସା ପ୍ରଦାନ କରାଯାଉଛି ।

ଏହାର ସୁଯୋଗ ନେବା ପାଇଁ ପରାମର୍ସ ଦେଇଥିଲେ । ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋରନ୍ଦା ସରପଂଚ ଆରତୀ ନାୟକ ଯୋଗଦେଇ, ଯୋଗ, ଜ୍ଞାନ ଓ ଧ୍ୟାନ ଜୀବନରେ ଆବଶ୍ୟକତା ରହିଛି । ଏଥିପ୍ରତି ସମସ୍ତେ ସଜାଗ ହେଲେ ଜୀବନ ସରସ ଓ ସୁନ୍ଦରମୟ ହୋଇପାରିବ ବୋଲି କହିଥିଲେ । ଯୋଗ ଗୁରୁ ପ୍ରଳୟ ଦାସ ଯୋଗାଭ୍ୟାସ କରାଇବା ସହିତ ଯୋଗ ଦୈନଦିନ ଜୀବନରେ ଆପଣାଇଲେ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଚେତନାର ବିକାଶ ହୋଇପାରିବ ।

ଏଥିସହିତ ଏକ ହିଂସାମୁକ୍ତି ସମାଜ ଗଠନ ହୋଇପାରିବ । ଏହି ଦିବସକୁ ପାଳନ କରିବା ସହିତ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ, ମହିମା ମହାବିଦ୍ୟାଳୟ ସମର ଶିକ୍ଷାର୍ଥୀ ବାହିନୀ, ଆଶା କର୍ମୀ ଏବଂ ଅଂଚଳର ଭାଗ ନେଇଥିଲେ । ବରିଷ୍ଠ ନାଗରିକ ଶେଷଦେବ ସାମଲ ଯୋଗ ସମ୍ପର୍କରେ ନିଜର ଅନୁଭୂତି କହିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ବିଶ୍ୱକଲ୍ୟାଣୀ ଶତପଥୀ, ଅନୁସୟା ଶତପଥୀ, ତାରତି ନାୟକ, ଫାର୍ମାସିଷ୍ଟ ବବଲୁ ମାଝି, ଅରୁଣଦୟ ଶତପଥୀ, ଉତମ ନାଏକଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଥିଲା ।

Leave A Reply

Your email address will not be published.

2 × 5 =