ଅନାଥ ଭାଇଭଉଣୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ !

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ଆର୍ତ୍ତସାମନ୍ତରା କାଟେଣୀ
ଗ୍ରାମର ଅନାଥ ଭାଇଭଉଣୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଲକ୍ଷ୍ମୀଧର ନାୟକ (୯) ଏବଂ
ପ୍ରଥମ ଶ୍ରେଣୀରେ ପଢୁଥିବା ଅପର୍ଣ୍ଣା ନାୟକ (୬)ଙ୍କ ନାମରେ ୧୦ହଜାର ଟଙ୍କା ଲେଖାଏ ସ୍ଥାୟୀ ଜମା କରାଯାଇଛି। ସେମାନଙ୍କ ପୋଷାକ ପାଇଁ ରେଡକ୍ରସ୍‌ ପାଣ୍ଠିରୁ ୧ହଜାର
ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ପୃକ୍ତ ଦୁଇ ଶିଶୁଙ୍କୁ ଦାୟିତ୍ୱ ନେବାକୁ ତାଙ୍କ ଦାଦାଙ୍କୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରଶାସନ ପକ୍ଷରୁ ଅଧିକ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ
ଆଶ୍ୱାସନା ଦେଇଛନ୍ତି।

ସୂଚନାଯୋଗ୍ୟ, ମା’ ଶାନ୍ତିନାୟକ ଏବଂ ବାପା ମିଟିକା ନାୟକଙ୍କ ଦୁଇବର୍ଷତଳେ ମୃତ୍ୟୁ ପରେ ଉଭୟ ଶିଶୁ ଅସହାୟ ହୋଇପଡ଼ିଥିଲେ।

Leave A Reply

Your email address will not be published.

sixteen − eight =