ଭୁବନ ; ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ କିର୍ତ୍ତନପୁର ଓ ଜୟପୁର ଗ୍ରାମ : ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନୁଷ୍ଠାନିକ ଭାବେ ଉଦଘାଟନ !
ଢ଼େଙ୍କାନାଳ : ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (ପିଏମଏଜିଓ୍ୱାଇ)ରେ ସାମିଲ ହୋଇଛି ଭୁବନ ବ୍ଲକ ଭୂଷଳ
ପଞ୍ଚାୟତର ଦୁଇଟି ଗ୍ରାମ କିର୍ତ୍ତନପୁର ଓ ଜୟପୁର ।
ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଆଦର୍ଶ ଗ୍ରାମର ଅଧିବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଉପଲବ୍ଧ ହେବ। ଏହି ଯୋଜନାରେ ଅନୁସୂଚିତ ଜାତି ସମ୍ପ୍ରଦାୟର ବିକାଶ କୁ ପ୍ରାଧାନ୍ୟ ଦିଅଯିବ ।
ଏହାଦ୍ୱାରା ଅନୁସୂଚିତ ଜାତିବର୍ଗର ଲୋକଙ୍କ ସାମାଜିକ, ଅର୍ଥନୈତିକ ଏବଂ ଶିକ୍ଷା ଦୀକ୍ଷା ଜୀବନରେ ପରିବର୍ତ୍ତନ ହେବ। ପଛୁଆ ବର୍ଗର ଲୋକଙ୍କ ଜୀବନଧାରଣ ମାନଦଣ୍ଡ ଉନ୍ନତ ହେବ।
ଗ୍ରାମର ସର୍ବାଙ୍ଗୀନ ବିକାଶ ହେବ ବୋଲି ମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଉପାଧ୍ୟକ୍ଷା ସରୋଜିନୀ ଦ୍ୱିବେଦୀ, ସମିତିସଭ୍ୟ ଉଗ୍ରସେନ ବେହେରା, ସରପଞ୍ଚ ରିଲି ମଲ୍ଲିକ, ମଠକରଗୋଳା ସମିତିସଭ୍ୟା ସନ୍ଧ୍ୟାରାଣୀ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ପୂର୍ବତନ ସମିତିସଭ୍ୟ ଅମଲ୍ୟୂ ଦ୍ୱିବେଦୀ, ସୁଧାକର ସାହୁ, ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ମଲ୍ଲିକ, ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।