ଜିଲ୍ଲାପାଳଙ୍କ କୋଭିଡ୍‌ ସ୍ଥିତି ଏବଂ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ଓସ୍‌ଓ୍ୱାନ୍‌ ଭିଡିଓ କନଫରେନ୍ସ ହଲରେ୍‌ ଜିଲ୍ଲାପାଳ ସରୋଜ କୁମାର ସେଠୀ କୋଭିଡ୍‌ ସ୍ଥିତି ଏବଂ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

କୋଭିଡ୍‌ ଆଶଙ୍କା ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ତେଣୁ ଏଥି ପ୍ରତି ସତର୍କତା ଅବଲମ୍ବନ କରିବା ସହିତ ମାଗଦର୍ଶିକା ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତି ବ୍ଲକରେ ଷ୍ଟାଡିୟମ ଓ ବସଷ୍ଟାଣ୍ଡ୍‌ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ କରବା ୨୦୨୨ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ୨୧୨ ପଞ୍ଚାୟତରେ ଗ୍ରାମ୍ୟ ପାର୍କନିର୍ମାଣ କାର୍ଯ୍ୟ ସାଜିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ସ୍କୁଲ ପାଠ ପଢା ଅଧାରୁ ଛାଡିଥିବା ପିଲାଙ୍କୁ ଚିହ୍ନଟ କରି ବିଦ୍ୟାଳୟ ମୁହାଁ କରାଇବା, ଉପାନ୍ତ ଅଞ୍ଚଳରେ ସାକ୍ଷରତା ହାର ବଢ଼ାଇବା, ସ୍କୁଲକୁ ଆପେ୍ରାଚ ରୋଡ୍‌ ନିର୍ମାଣ, ଅଙ୍ଗନୱାଡି କେନ୍ଦ୍ରରେ ପୁଷ୍ଟିସାଧନ କାର୍ଯ୍ୟକ୍ରମ ର୍ ତ୍ୱରାନ୍ୱିତ କରିବା , ମାର୍ଚ୍ଚ ଶେଷ ସୁଦ୍ଧା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସାରିବା , ସରକାରୀ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମିପଟ୍ଟା, ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି।

ଏଥିସହିତ ଲଘୁଖଣିଜ ଉତ୍ସଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିବା, ଚୋରା ଚାଲାଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଅଯାଇଛି। ଗ୍ରାମ୍ୟ ପୋଖରୀ, ରାସ୍ତାର ଉନ୍ନତୀକରଣ, ରାଜସ୍ୱ ଆଦାୟ ବୃଦ୍ଧି ପାଇଁ ଯତ୍ନବାନ ହେବାକୁ ଜିଲ୍ଲାପାଳ କହିଛନ୍ତି। ଏମ୍‌ଜିଏନଆର୍‌ ଇଜ୍‌ ଏସି , ଆବାସ ଯୋଜନାରେ ଲକ୍ଷ୍ୟଧାର୍ଯ୍ୟ ପୂରଣ ଦିଗରେ ଆବଶ୍ୟକ ପଦେକ୍ଷପ ନେବାକୁ ପିଡିଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ ସମସ୍ତ ବ୍ଲକର ବିଡିଓମାନଙ୍କୁ
ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ମାସ ସୁଦ୍ଧା ୧୨ରୁ୧୪ବର୍ଷର ୪୩ ହଜାର ଛାତ୍ରୀଛାତ୍ରଙ୍କ ଟିକାକରଣ କରାଯିବ ବୋଲି ସିଡିଏମ୍‌ଓ ଡା. ଅଶୋକ କୁମାର
ଦାସ ସୂଚନା ଦେଇଛନ୍ତି। ବୈଠକରେ ଏଡିଏମ ଓ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ , ଅପତକାଳୀନ ଅଧିକାରୀ ସ୍ନିଗ୍ଧାଛାୟା ମହାପାତ୍ର, ଶିକ୍ଷାଧିକାରୀ ନିବେଦିତା ପାଣି, ଓସଡମା ଡିପିଓ ନିମାଇଁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

seventeen − one =