ଢେଙ୍କାନାଳ : ଅଲ ଓଡ଼ିଶା ଇପିଏଫ ପେନସନ ଭୋଗୀ ସଂଘ ଢେଙ୍କାନାଳ ଜିଲା ଶାଖାର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଦଧିବାମନ ଜୀଉ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।
ଦେଶର ୭୦ଲକ୍ଷ ଓ ଓଡ଼ିଶାରୁ ୧.୭୦ଲକ୍ଷ ଇପିଏସ-୯୫ରେ ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ଇପିଏଫ ପେନସନ ବୃଦ୍ଧି ପାଇଁ ଭାରତ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନିଷ୍ପତିକ୍ରମେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଜିଲାରୁ ୬୦୦ଖଣ୍ଡ ପୋଷ୍ଟ କାର୍ଡ ମାଧ୍ୟମରେ ମାସିକ ପେନସନ ସର୍ବନିମ୍ନ ୯୦୦୦ଟଙ୍କା ସହିତ ମହଙ୍ଗା ଭତା ପ୍ରଦାନ, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାରେ ଚିକିତ୍ସା ପାଇଁ ଅନ୍ତର୍ଭୁକ୍ତ କରିବା, ମାନ୍ୟବର ସୁପ୍ରିମ କୋର୍ଟ ଓ କେରଳ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ମୁତାବକ ବର୍ଦ୍ଧିତ ପେନସନ ପ୍ରଦାନ କରିବା ଇତ୍ୟାଦି ଦାବି ରଖି ପଠାଯାଇଛି ।
ଜୁନ ମାସ ଶେଷ ସପ୍ତାହରେ ଜିଲାରୁ ଆଉ ୫୦୦ ପୋଷ୍ଟ କାର୍ଡ ପଠାଯିବାପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଉକ୍ତ ବୈଠକରେ ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଉପସଭାପତି ଭାବେ ହୃଦାନନ୍ଦ ପ୍ରଧାନ, ଶରତ କୁମାର ରଥ, ସମ୍ପାଦକ ସଦାଶିବ ମିଶ୍ର, ଯୁଗ୍ମ ସମ୍ପାଦକ ଉମା ଶଙ୍କର ଦାଶ, ଗୋଲକ ବରାଳ, କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ ଏବଂ କାର୍ଯ୍ୟକାରିଣୀ ସଭ୍ୟ ବାଇଧର ଚକ୍ର, ପଠାଣି ଚରଣ ପୃଷ୍ଟି, ରମେଶ ଚନ୍ଦ୍ର ସାମଲ, ଗୋପୀନାଥ ଜେନା, ନିରୋଦ କୁମାର ପଟ୍ଟନାୟକ, ଧୃବ ନାଏକ, ପ୍ରଫୁଲ୍ଲ କୁମାର ପରିଡ଼ା ପ୍ରମୁଖ ଯୋଗଦାନ କରିଥିଲେ । ଉମା ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।