ସିନର୍ଜୀ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଢେଙ୍କାନାଳ  :  ଯୋଗ ଦ୍ୱାରା ମନୁଷ୍ୟ ଜୀବନର ଅସାଧ୍ୟ ସାଧନ ହୋଇପାରିବ ଆଜି ପାଳିତ ହୋଇଥିବା ବିଶ୍ୱ ଯୋଗ ଦିବସ ଅବସରରେ ବକ୍ତାମାନେ ପ୍ରକାଶ କରିଥିଲେ ।

ଏହି ପୁଣ୍ୟ ଦିବସରେ ସ୍ଥାନୀୟ ସିନର୍ଜୀ କଲେଜରେ ଏହା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯୋଗ ଦିବସ ପାଳନ ହୋଇଥିବା ବେଳେ ଦ୍ୱିତୀୟ ଥର କଲେଜର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏହା କରାଯାଇଥିଲା ।

ପ୍ରଥମ ଦଫାରେ ଢେଙ୍କାନାଳ ଜିଲ୍ଲା ପ୍ରଭାରୀ , ଭାରତ ସ୍ୱାଭିମନ ଟ୍ରଷ୍ଟ ତରଫରୁ ରମେଶ ଚନ୍ଦ୍ର ମଲ୍ଲିକ ଯୋଗଦେଇ ଯୋଗର ଉପକାରିତା ବିଷୟରେ କହିଥିଲେ । ଦ୍ୱିତୀୟ ଦଫାରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡଃ ଇତିଶ୍ରୀ ମହାନ୍ତି ଯୋଗଦେଇ ସମସ୍ତଙ୍କ ଅନ୍ତର ଆତ୍ମାରେ ଯୋଗର ଉପାଦେୟତା ବିଷୟରେ କହିଥିଲେ । ଡଃ ଜୟଶ୍ରୀ ସିଂହଙ୍କ ସମନ୍ୱୟତାରେ ହୋଇଥିବା ଏହି ଶିବିରରେ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ ଯୋଗ ଦେଇଥିଲେ  ବୋଲି ପରିଚାଳକ ତଥା ପ୍ରଶାସନିକ ଅଧିକାରୀ ଚନ୍ଦ୍ରକାନ୍ତ ମିଶ୍ର ଜଣାଇଅଛନ୍ତି ।

ସେହିପରି ଡି.ପି.ଏସ. ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଯୋଗାଭ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଯୋଗଗୁରୁ ମନୋରଂଜନ ମହାନ୍ତି ପରିଚଳନା କରିଥିବା ବେଳେ ବିଦ୍ୟାଳୟର ଭାଇସଚେୟାର ମ୍ୟାନ ବିନୋଦ କୁମାର ଦାସ, ପ୍ରିନସ୍‌ପାଲ ବିଜୟ କୁମାର ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଯୋଗ ଦିବସ ପାଳିତ ହୋଇଥିଲା ।  

Leave A Reply

Your email address will not be published.

3 + thirteen =