ଆମଆଦମୀ ପାର୍ଟି ସଦସ୍ୟ ମାନଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ : ସମସ୍ୟାର ଆଶୁ ସମାଧାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପତ୍ର !
ଢେଙ୍କାନାଳ : ଗଁଦିଆ ବ୍ଳକ ଶ୍ରୀରାମଚନ୍ଦ୍ରପୁରସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିିଭିନ୍ନ ସମସ୍ୟା ଲାଗି ରହିଛି । ଏ ସମ୍ପର୍କରେ ବ୍ଳକ ଆମ ଆଦମୀ ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହିତ ଆଲୋଚନା କରି ପରିଦର୍ଶନ କରିଥିଲେ ।
ବାରମ୍ବାର ବିଦ୍ୟୁତ କାଟ ଯୋଗୁ ରୋଗୀ ସେବା ବ୍ୟାଘାତ । ଜେନେରେଟରଟିଏ ଥିଲେ ମଧ୍ୟ ଦୁଇ ବର୍ଷ ହେଲା ଅଚଳ ପଡିରହିଛି । ଇନଭର୍ଟର ମଧ୍ୟ ଅଚଳ । ବିଦ୍ୟୁତ କାଟ ହେଲେ ମୋବାଇଲ ଟର୍ଚ୍ଚରେ ରୋଗୀସେବା ହୁଏ । ବାହ୍ୟ ରୋଗୀମାନଙ୍କ ପାଇଁ ବସିବାକୁ ଚଉକିଟିଏ ନାହିଁ ଏବଂ ଅପେକ୍ଷା କରିବା ପାଇଁ ଆଶ୍ରୟସ୍ଥଳର ସୁବିଧା ନାହିଁ । ଶବ ବ୍ୟବଚ୍ଛେଦର ବ୍ୟବସ୍ଥା ନାହିଁ । ଆବଶ୍ୟକ ମୁତାବକ ଡାକ୍ତର ଏବଂ ଷ୍ଟାଫ ନାହାନ୍ତି ।
ଆଶୁପ୍ରତିକାର ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ଏବଂ ତାର ଏକକିତା ନକଲ ଦଳର ବ୍ଳକ ସଭାପତି ସୌମ୍ୟରଂଜନ ବେହେରାଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ପଙ୍କଜ ନାୟକ, ଜିଲ୍ଲା ଯୁବ ସଭାପତି ସୁଧାଂଶୁ ଓଝା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁପ୍ରସାଦ ପଣ୍ଡା,ନାରୀ ନେତ୍ରୀ ରାଜଲକ୍ଷ୍ମୀ ସାହୁ, ବିଜୟ ପାତ୍ର, ଭରତ ମଲିକ, ପ୍ରଫୁଲ୍ଲ ସାହୁ, ଭୁଦିଆ ରାଉତ ପ୍ରମୁଖ ଅନେକ କର୍ମୀ ଯୋଗ ଦେଇଥିଲେ ।