ଗଁଦିଆ;ଭାରସାମ୍ଯ ହରାଇ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ !

ଢେଙ୍କାନାଳ : ବଣସିଂହ ରୁ ଢେଙ୍କାନାଳ ଯାଉଥିବା ରାସ୍ତାରେ ମା ସମଲେଇ ଏକ ଘରୋଇ ବସ ବଣସିଂହ ଗ୍ରାମ ପଞ୍ଚାୟତ ମା ପାଟରାଣୀ ଙ୍କ ପାଖରେ ଭାରସାମ୍ଯ ହରାଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ି ନଂ ଓଆ୦୬ ଏଫ ୧୬୦୫ ବଣସିଂହ ରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି ।

ସ୍ଥାନିୟ ଲୋକଙ୍କ କହିବା ମୁତାବକ ଡ୍ରାଇଭର ମଦ୍ୟପାନ କରି ଗାଡି ଚାଲିଉଥିଲେ ଫଳରେ ଭାରସାମ୍ଯ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨୦ଜଣ ରୁ ଅଧିକ ଲୋକ ଆହତ। ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରେ ଭର୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରିତ ହୋଇଥିବା ଜଣା ପଡିଛି ।

Leave A Reply

Your email address will not be published.

1 × 2 =