ବନରଖି ଙ୍କୁ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା : ଢେଙ୍କାନାଳ ଜିଲ୍ଲାରୁ ଶୁଭେନ୍ଦୁ ସମ୍ମାନୀତ !

ଢ଼େଙ୍କାନାଳ : କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ପାଇଁ ବନରଖିଙ୍କୁ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ସିଂକଲା ବିଟ ହାଉସ ଅଧୀନରେ ଥିବା ବନରଖି ଶୁଭେନ୍ଦୁ  ଭୂୟାଁଙ୍କୁ ଭୁବନେଶ୍ୱରର ଜୟଦେବ ଭବନ ଠାରେ ସମ୍ବର୍ଦ୍ଧନା କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅତିରିକ୍ତ ଶାସନ ସଚିବ ମୋନା ଶର୍ମା ପ୍ରଫେସର ଶିଶିର କୁମାର ରଥ,ଶଶୀ ପଲ, ଓ ପି ସିଂହ ଉପସ୍ଥିତ ରହିଥିଲେ । ସମୁଦାୟ ଦୁଇ ଜଣ ରେଞ୍ଜର ୬ ଜଣ ବନପାଳ ବାରଜଣ ବନରଖିଙ୍କୁ କରାଯାଇଥିଲା ସମ୍ବର୍ଦ୍ଧନା ।

ଢେଙ୍କାନାଳ ଜିଲ୍ଲାରୁ ମାତ୍ର ଜଣେ ବନ କର୍ମଚାରୀ ଶୁଭେନ୍ଦୁ ଙ୍କୁ ମିଳିଛି ଏହି ସମ୍ମାନ ।ସେ ଭୁବନ ବନାଞ୍ଚଳ ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିଲେ। ତାଙ୍କ ଘର ଗଁଦିଆ ବ୍ଲକ ଗଡ଼ଖଙ୍କିରା ଗ୍ରାମରେ ଅଟେ ।

Leave A Reply

Your email address will not be published.

15 − nine =