ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ ଇସ୍କନ ପକ୍ଷରୁ ଶ୍ରୀ ଶ୍ରୀମାନ୍ ଚୈତନ୍ୟ ମହାପ୍ରଭୁ ଙ୍କ ପବିତ୍ର ଆବିର୍ଭାବ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ: ଢେଙ୍କାନାଳ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ
ଇସ୍କନ ପକ୍ଷରୁ ହରି ନାମ ସଂକୀର୍ତ୍ତନ ର ପ୍ରବର୍ତ୍ତକ ଶ୍ରୀ ଶ୍ରୀମାନ୍ ଚୈତନ୍ୟ ମହାପ୍ରଭୁ ଙ୍କ ପବିତ୍ର ଆବିର୍ଭାବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅନୁଷ୍ଠିତ ଉତ୍ସବ ଶ୍ରୀ ଶ୍ରୀମଦ୍ ଭକ୍ତି ଗୌରବ ନାରାୟଣ ସ୍ଵାମୀ ମହାରାଜ ଙ୍କ ନିର୍ଦ୍ଦେଶ କ୍ରମେ ଇସ୍କନ ଅନୁଗୁଳ ଠାରୁ ଗୌର ନିତାଇ ଙ୍କ ପବିତ୍ର ଶ୍ରୀ ବିଗ୍ରହ ଅଣାଯାଇ ଇସ୍କନ ଢେଙ୍କାନାଳ ଥରେ ଅଭିଷେକ କରା ଯାଇ ଥିଲା ।

ପ୍ରାତଃ ମୁହୂର୍ତ୍ତ ରେ ମଙ୍ଗଲ ଆରତୀ ପରେ ପରେ ଦର୍ଶନ ଆରତୀ,  ଗୁରୁ ପୂଜା ତଥା ମଧ୍ଯାହ୍ନ ରେ ମଧ୍ୟାହ୍ନ ଆରତୀ ଏବଂ ସନ୍ଧ୍ୟା ରେ ଆରତୀ ପରେ ଅଭିଷେକ କାର୍ଯ୍ୟ ଅନୁଷ୍ଠିତ ହୋଇ ଥିଲା । ଭଗବାନ ଶ୍ରୀ ଗୌର ନିତାଇ ଙ୍କ ନିକଟ ରେ ଛପନରୁ ଅଧିକା ଭୋଗ ଅର୍ପଣ କରାଯାଇ ଥିଲା ।

ଏହି ଉତ୍ସବରେ ପ୍ରାୟ ଦୁଇଶହ ରୁ ଅଧିକ ଭକ୍ତ ଙ୍କ ର ସମାଗମ ହୋଇ ଥିଲା ଆଧ୍ୟାତ୍ମିକ ର ପରିବେଶ ମଧ୍ୟରେ କୀର୍ତ୍ତନ ତଥା ମହା ପ୍ରସାଦ ବିତରଣ କରା ଯାଇଥିଲା । ଚାନ୍ଦ କାଜି ଉଦ୍ଧାର, ଏବଂ ଜଗାଇ ମାଧାଇ ଉଦ୍ଧାର ନାଟକ ଗୁଡିକ ବିଶେଷ ଆକର୍ଷଣ ପାଲଟିଥିଲା ।

ଏହି ଅବସରରେ ବାଗଦେବୀ ବିଦ୍ୟା ପିଠ ପକ୍ଷରୁ ଭଜନ ପରିବେଷଣ ତଥା ଛୋଟ କଳାକାର ତରଫ ରୁ ଓଡିଶୀ ନୃତ୍ୟ ର ଆୟୋଜନ ହୋଇଥିଲା । ଶ୍ରୀ ପ୍ରେମ କିଶୋର ଦାସ ସମସ୍ତ ଭକ୍ତ ମାନଙ୍କୁ ଆଗାମୀ ଉତ୍ସବ କୁ ନିମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.

8 + two =