ଆମେରକାର ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଏକ ପ୍ରତିନିଧିଦଳ ଢେଙ୍କାନାଳ ପରିଦର୍ଶନ !

ଢ଼େଙ୍କାନାଳ : ଆମେରକାର ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ (ବିଏମ୍‌ଜିଏଫ)ର ଏକ ପ୍ରତିନିଧିଦଳ ଢେଙ୍କାନାଳ ଜିଲ୍ଲା ପରିଦର୍ଶନ ରେ ଆସିଛନ୍ତି। ବିଏମ୍‌ଜିଏଫ୍‌ର ବ୍ରିଆନ୍ ‌ ଆରବୋଗାଷ୍ଟ ଙ୍କ ନେତୃତ୍ୱରେ ରୋଶନ ଶେ୍ରାଷ୍ଠା, ଅର୍ଚ୍ଚନା ବ୍ୟାସ, ସଫି ଗୁଡୱାନୀ ପ୍ରମୁଖ ପୌରାଞ୍ଚଳର
୮ନଂ .ୱାର୍ଡ ବାଞ୍ଛକୁସୁମ ସ୍ଥିତ ମଳପଙ୍କ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଏଥିସହ ସେଠାରେ ନିୟୋଜିତ ଏସଏଚ୍‌ଜି ସଦସ୍ୟାଙ୍କ ସହିତ କେନ୍ଦ୍ରର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ପୌରାଞ୍ଚଳ ସମେତ ୫ ପଞ୍ଚାୟତକୁ ନେଇ ଉକ୍ତ ମଳପଙ୍କ ପରିଚାଳନା କେନ୍ଦ୍ର କାର୍ଯ୍ୟକ୍ଷମ ଅଛି। ଉକ୍ତ ୫ ପଞ୍ଚାୟତର ସରପଞ୍ଚଙ୍କ ସହ ମଳପଙ୍କ ପରିଚାଳନା ସମ୍ପର୍କରେ ଭାବବିନିମୟ କରିଥିଲେ।

ଜାଗା ମିଶନ କାର୍ଯ୍ୟ କରୁଥିବା ସ୍ଥାନରେ ଡ୍ରେନ ପାଣିକୁ ଫିଲ୍ଟର କରାଯାଇ ଭୂତଳଗାମୀ କରାଯାଉଛି। ଉକ୍ତ ପ୍ରକଳ୍ପସ୍ଥଳ ବୁଲି ଥିଲେ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରତିନିଧିଦଳ ସମେତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ପିଡିଡିଆର୍‌ଡିଏ ‌ ସାଫଲ୍ୟ ମଣ୍ଡିତ ପ୍ରଧାନ, ବିଡିଓ ସୁଧୀର
କୁମାର ନାୟକ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବିଭିନ୍ନ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୨ବର୍ଷପରେ ବନ୍ଦ ହୋଇଯାଉଛି। ତେବେ ଢେଙ୍କାନାଳରେ ୪ବର୍ଷ ହେବ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଠିକ୍‌ ପରିଚାଳନା ଯୋଗୁ ଏହା କାର୍ଯ୍ୟକ୍ଷମ ରହିଛି। ଏହାକୁ ନେଇ ପ୍ରତିନିଧିଦଳ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ପ୍ରାରମ୍ଭରେ ପ୍ରତିନିଧିଦଳ କୁପାରମ୍ପରିକ ଆଦିବାସୀ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ପୌରସଂସ୍ଥା ଓ ପ୍ରଶାସନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥଲା। ପ୍ରତିନିଧିଦଳ ସହିତ ସେଣ୍ଟର ଫର ପଲିସି ରିସର୍ଚ୍ଚ ସଂସ୍ଥା, ଆରନେଷ୍ଟ , ୟଙ୍ଗଗେଷ୍ଟ ସଂସ୍ଥାର କର୍ମକର୍ତା ମାନେ ର
ମଧ୍ୟ ପ୍ରକଳ୍ପ ପରିଦର୍ଶନ କରିଥିଲେ।

Leave A Reply

Your email address will not be published.

14 − 3 =