ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଶ୍ରୀ ସିଦ୍ଧ ବଳରାମ ଜୀଉ ବିଜେ ରଥଯାତ୍ରା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବେଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକ ପ୍ରାରମ୍ଭରେ ଢେଙ୍କାନାଳ ଉପଜିଲ୍ଲାପାଳ ତଥା ଦେବୋତର ନିର୍ବାହୀ ଅଧିକାରୀ ସୁଶ୍ରୀ ସ୍ନିଗ୍ଧାରାଣୀ ଦଳ ସ୍ୱାଗତ ଭାଷଣ ଦେବା ସହ ରଥଯାତ୍ରା ଓ ବାହୁଡା ଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରସିଦ୍ଧ ଢେଙ୍କାନାଳ ରଥଯାତ୍ରା ଓ ବାହୁଡା ଯାତ୍ରାକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଦେବୋତର ନିର୍ବାହୀ ଅଧିକାରୀ ସୁଶ୍ରୀ ଧଳ ରାଜପୁରୋଧା ଢେଙ୍କାନାଳ ପଞ୍ଚାନନ ମିଶ୍ରଙ୍କ ଅନୁମୋଦିତ ସମୟ ନିର୍ଘଣ୍ଟ ପାଠ କରିଥିଲେ । ଶ୍ରୀ ଜୀଉଙ୍କର ପହଣ୍ଡି ,ଛେରାପହଁରା, ରଥଟଣା ଓ ଅନ୍ୟାନ୍ୟ ନତି ସମୟ ନିର୍ଘଣ୍ଟ ଅନୁଯାୟୀ ସମାପନ କରାଯିବ । ରଥ ନିର୍ମାଣ ଓ ସାଜସଜ୍ଜା ବିଧି ମୂତାବକ କରାଯିବ । ବନବିଭାଗ ଠାରୁ ରଥ ନିର୍ମାଣ କାଠପ୍ରାପ୍ତ ହୋଇଥିବା ଦେବୋତର ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ରଥ ଟଣା ମୁଖ୍ୟ ରାସ୍ତାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିର୍ବାହୀ ଅଧିକାରୀ ଢେଙ୍କାନାଳ ମୁନିସିପାଲିଟି ଓ ରାସ୍ତା ଓ ଗୃହ ନିର୍ମା ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା ।ରଥ ଯାତ୍ରା ଓ ବାହୁଡା ଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରାଯାଇଥିଲା ।

ରଥ ଯାତ୍ରା ସମୟରେ ଆମିଷ ଓ ମଦ ଦୋକାନ ବନ୍ଦ ରଖିବାକୁ ନିଷ୍ପତି ଗ୍ରହଣ କରାଗଲା । ରୌଦ୍ରତାପକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇବା ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କ୍ଲବ ଓ ସମାଜସେବୀଙ୍କୁ ନିୟୋଜିତ କରିବା ପାଇଁ ଅନୁରୋଧ କରାଯିବ ।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା, ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ । ଖାଦ୍ୟ ନିରୀକ୍ଷକ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଚାସଢା ଖାଦ୍ୟ ବିକ୍ରି ଉପରେ କଟକଣା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ । ବଜାର ଗୁଡିକୁ ଆଲୋକୀକରଣ କରିବା ପାଇଁ ମିଳିତ ପୂଜା କମିଟିର ସଭାପତିଙ୍କୁ ଅନୁରୋଧ କରାଗଲା । ରଥ ଟଣା ସମୟରେ ରାସ୍ତା ପାଶ୍ୱର୍ରେ ଥିବା କେବୁଲ ଓ ଟେଲିଫୋନ ତାରକୁ ଅପସାରଣ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ରଥ ଗୁଡିକୁ ଆକର୍ଷଣୀୟ ସାଜ୍ଜସଜ୍ଜା ଓ ନୂତନ କପଡା ଲଗାଇବା ଏବଂ ସାନରଥ ପରିଚାଳନା କମିଟିରେ ସଭ୍ୟା ଭାବେ ମହିଳାମାନଙ୍କୁ ଅଗ୍ରାଧିକାର ଦେବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ରଥ ଯାତ୍ରା ଧାରାବିବରଣୀ ପ୍ରଚାର ବ୍ୟବସ୍ଥା କରିବା ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ବୈଠକରେ ସ୍ଥିର କରାଗଲା । ରଥ ଯାତ୍ରା ଉପଲକ୍ଷେ ଭଜନ ସମାରୋହ ଆୟୋଜନ କରାଯାଇ ପରିବେଶକୁ ଆଧ୍ୟାତ୍ମିକ କରାଯିବା ସଙ୍ଗେ ସଙ୍ଗେ ଜଗନ୍ନାଥ ପ୍ରେମୀଙ୍କୁ ଅଧିକ ଭକ୍ତିଭାବ ଉଦ୍ରେକ କରାଯିବ । ରଥ ଟଣା ସମୟରେ ରାସ୍ତାରେ ଜଳ ସିଞ୍ଚନ ପାଇଁ ବୈଠକରେ ସ୍ଥିର କରାଗଲା ।ଏହି ବୈଠକରେ ଉପେଦଷ୍ଟା କମିଟିର ସଭ୍ୟ/ସଭ୍ୟା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଉଦୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଲୋଗାନୟାଗୀ ଦିବ୍ୟା ଭି., ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାଶ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

nineteen − nineteen =