ଢେଙ୍କାନାଳ :ହିନ୍ଦୋଳ ବନାଞ୍ଚଳ ସ୍ଥିତ କୁନୁଆ ନିକଟ ସଂରକ୍ଷିତ ଜଙ୍ଗଲରୁ ପ୍ରସବ ପରେ ମାଆ ଛାଡି ଦେଇଥିବା ହାତୀ ଛୁଆକୁ ଉଦ୍ଧାର କରାଯାଇ କପିଳାସ ହସ୍ତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଉଥିଲା ।
ଶେଷରେ ଏହି ହାତୀ ଛୁଆଟିର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଛି । କୁନୁଆ ନିକଟସ୍ଥ ଜଙ୍ଗଲରେ ପ୍ରସବ କରିବା ପରେ ମାଈ ହାତୀ ଛୁଆକୁ ଛାଡି ପଳାଇଲା ମାଆ । ହାତୀ ଶାବକ ଟିକୁ ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପକ୍ଷରୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରୁ ସ୍ୱତନ୍ତ୍ର ଡାକ୍ତରୀ ଓ ହାତୀ ଛୁଆ ପାଳନ କରୁଥିବା କର୍ମଚାରୀଙ୍କ ମାଧ୍ୟମରେ ହାତୀ ଛୁଆକୁ ଉଦ୍ଧାର କରି ଚିକିତ୍ସା କରିଥିଲେ ।
ପରେ ହାତୀ ଛୁଆଟିକୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇ ତାର ଚିକିତ୍ସା ଜାରି ରହିଥିଲା । ହାତୀ ଛୁଆଟି ଛିଡାହୋଇ ପାରୁନଥିବାରୁ ପ୍ରାଣୀ ଚିକିତ୍ସକଙ୍କ ସମସ୍ତ ଉଦ୍ୟମ ସତ୍ୱେ ପ୍ରାଣତ୍ୟାଗ କରିଥିଲା । ଶବକୁ ବ୍ୟବଚ୍ଛେଦ କରାଯାଇ ମାଟିରେ ପୋତି ଦିଆଯାଇଥିବାର ସୂଚନା ମିଳିଛି ।