ଢେଙ୍କାନାଳ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ !

ଢେଙ୍କାନାଳ : ସଦର ବ୍ଳକ ସପ୍ତଶଯ୍ୟା ଗ୍ରାମ ପଂଚାୟତ ସଦେଇବେରେଣୀ ଗ୍ରାମ ଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ମହୋତ୍ସବ ଉଦଯାପିତ ହୋଇଯାଇଛି ।

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ଢେଙ୍କାନାଳ କଳା ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ଅତିଥି ଭାବେ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ, ସଦର ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ପ୍ରମୁଖ ଯୋଗଦେଇ ଢେଙ୍କାନାଳ କଳା ସଂସ୍କୃତିର ବିକାଶ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାଶ ଯୋଗ ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପା÷ଳ ରାଜସ୍ୱ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସଂସ୍କୃତି ଓ ଲୋକକଳା ଉପସଭାପତି ଅବନୀ ମିଶ୍ର ମଂଚ ପରିଚାଳନା କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷ ଗଙ୍ଗାଧର ସାମଲ (ସମାଜ ସେବା),ଦୀପକ ମିଶ୍ର,(ଚଳଚିତ୍ର ପ୍ରଯୋଜକ, ସୋହନ କୁମାର ମାହୁନ୍ତ (ଡାକସେବା),ଅଜୟ କୁମାର ପୃଷ୍ଟି (କୃଷି, ଅଶୋକ କୁମାର ପାଣି (କୃଷି) , ତରୁଣ କୁମାର ପାତ୍ର (କୃଷି), ରାଘବ ଚନ୍ଦ୍ର ମହାରଣା (ହସ୍ତଶିଳ୍ପ) , ମଦନ ଭୋଳ (ଦଣ୍ଡନୃତ୍ୟ), କପିଳେଶ୍ୱର ବେହେରା (ପାଲା ଗାୟକ,ଅଜିତ କୁମାର ମହନ୍ତ (କୃଷି),ଦୁଃଖବନ୍ଧୁ ପାତ୍ର (ବାଲୁକା ଶିଳ୍ପୀ) ।

ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଭିକାରି ଚରଣ ରାଉତ (ପୂର୍ବତନ ସ୍ୱତନ୍ତ୍ର ବିଚାରପତି,ସିବିଆଇ) , ଦିଲେଶ୍ୱର ମହାରଣା (ରାଜ୍ୟ ଓ ଜାତୀୟ ସ୍ତରୀୟ ନାଟ୍ୟ ନିର୍ଦ୍ଦେଶକ), ଅବନୀ ମିଶ୍ର (ଉପ-ସଭାପତି, ରାଜ୍ୟ କଳା ସଂସ୍କୃତି ସଂଘ), ସୁଶାନ୍ତ କୁମାର ପାଣି (ଜିଲ୍ଲା ସାମାଜିକ ଓ ସାଂସ୍କୃତିକ ପ୍ରରୋଚକ ତଥା ମଂଚ ସଂଚାଳକ) ପ୍ରମୁଖ ସମ୍ମାନୀତପ୍ରାରମ୍ଭରେ ଆଂଚଲିକ ସାଂସ୍କୃତିକ ଦଳ ଦ୍ୱାରା ଲଉଡି ବାଡିର ନୃତ୍ୟ,୨.ନିତା ନୃତ୍ୟାଙ୍ଗନା ପକ୍ଷରୁ ଫୋକସ ଡ୍ୟାନ,ହିନ୍ଦୋଳ ବ୍ଳକ -ଦଣ୍ଡ ନୃତ୍ୟ,ଓଡାପଡା ବ୍ଳକର ପାଇକ ଆଖଡା,.ଭୁବନ ବ୍ଳକ ଲଉଡି ନୃତ୍ୟ ପରିବେଷଣ କରାଯାଇଥିଲା ।

ଶେଷରେ ସିଂଘମ ଡ୍ୟାନ୍ସ ଗ୍ରୁପର ଚିତାକର୍ଷକ ନୃତ୍ୟ, .ଢେସମା ନୃତ୍ୟ (ରାୟଗଡା) , ସମ୍ବଲପୁରୀ ନୃତ୍ୟ (ବଲାଙ୍ଗୀର), ପଶୁନାଚ (ଗଞ୍ଜାମ)ବେଶ ଦର୍ଶକଙ୍କ ମନ ମୋହିଥିଲା ।

Leave A Reply

Your email address will not be published.

thirteen + nine =