“ଆମ ପ୍ରତିଭା ଆମ ସମ୍ମାନ’ ପକ୍ଷରୁ ବହ୍ନି କନ୍ୟା ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତୀ ସ୍ଥାପନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ !
ଢେଙ୍କାନାଳ : “ଆମ ପ୍ରତିଭା ଆମ ସମ୍ମାନ’ ପକ୍ଷରୁ ସ୍ଥାନୀୟ ସାଂସଦଙ୍କ କାର୍ଯ୍ୟାଳୟ ଠାରେ “ଆମ ପ୍ରତିଭା ଆମ ସମ୍ମାନ’ ସଭାପତି ପ୍ରିୟରଞ୍ଜନ ମାହୁଁନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀ ସାହୁ ନନ୍ଦିନୀ ଶତପଥୀଙ୍କର ୯୧ତମ ଜନ୍ମ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କହିଥିଲେ ।
ଅନୁଷ୍ଠାନର ସଭାପତି ଶ୍ରୀ ମାହୁଁନ୍ତ ତାଙ୍କ ବକ୍ତବ୍ୟରେ ନନ୍ଦିନୀ ଦେବୀ ଢେଙ୍କାନାଳର ବୋହୂ ହିସାବରେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଏବଂ ଢେଙ୍କାନାଳବାସୀଙ୍କ ଆଖି ଖୋଲିଥିବାରୁ ଆମେ ତାଙ୍କ ପାଇଁ ଆଜି ଗର୍ବିତ ହେଉଛୁ ।
ଏହି ଜୟନ୍ତୀ ସଭା ପରେ ସମସ୍ତ ସଦସ୍ୟମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ସହରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ନନ୍ଦିନୀ ଦେବୀ ଏବଂ ହିନ୍ଦୋଳ ଉପଖଣ୍ଡର ସାତମାଇଲ୍ ଚାରିଛକ ଠାରେ ପ୍ରବାଦପୁରୁଷ ବିଜୁବାବୁଙ୍କର ପୂର୍ଣ୍ଣାୟବ ପ୍ରତିମୂର୍ତୀ ସ୍ଥାପନ କରିବା ପାଇଁ ଦୁଇଟି ଦାବୀପତ୍ର ପ୍ରଦାନ କରାଯାଇଥିଲା ।