ଢେଙ୍କାନାଳ : ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୧ତମ ଜୟନ୍ତୀ ଉଫୁନା କାର୍ଯ୍ୟାଳୟରେ ପାଳିତ ହୋଇଅଛି ।
ଏଥିରେ ଉଫୁନାର ରାଜ୍ୟ ସଭାପତି ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ପୂର୍ବତନ ସି.ବି.ଆଇ. ଜଜ୍ ଭିକାରୀ ଚରଣ ରାଉତ କହିଲେ ଯେ, ସେ ସ୍ୱାଧିନତା ସଂଗ୍ରାମରେ ବହ୍ନି କନ୍ୟା ରୂପେ ପରିଚିତ ଥିଲେ । ସେ ବାମପନ୍ଥୀ ଚିନ୍ତାଧାରାର ନେତୃତ୍ୱ ନେଇଥିଲେ ।
ଡ. ପ୍ରମୋଦ କୁମାର ନାଏକ କହିଲେ ଯେ, ନନ୍ଦିନୀ ଦେବୀ ଶିକ୍ଷକମାନଙ୍କର ଦାବୀକୁ ମାନିନେଇଥିଲେ ଏବଂ ସମାଜାଦକୁ ସଫଳ କରିବା ପାଇଁ ଦୃଢ ନେତୃତ୍ୱ ନେଉଥିଲେ।ଆଡଭୋକେଟ୍ ପଟ୍ଟନାୟକ କହିଲେ ଯେ, ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ ସେବା, ସାହିତ୍ୟ ଓ ରାଜନୀତିର କେ ସମନ୍ୱୟ ବ୍ୟକ୍ତିତ୍ୱ ଥିଲେ ।
ଓଡିଶା ସାହିତ୍ୟ ଏକାଡେମୀ ସଭ୍ୟ କବି ବାହାଦୂର ପାଟ୍ଟସାହାଣୀ କହିଲେ ଯେ, ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ସଙ୍ଗେ ସଙ୍ଗେ ଶିଳ୍ପ ବିପ୍ଲବ ଆରମ୍ଭ କରିଥିଲେ । ସମାଜବାଦୀ ନେତା ସରୋଜ ଶତପଥୀ କହିଲେ ଯେ, ନନ୍ଦିନୀ ଦେବୀ ବହୁ ଯୁବନେତୃତ୍ୱ ସୃଷ୍ଟି କରିଥିଲେ । ଢେଙ୍କାନାଳ ଷ୍ଟାଡିୟମ୍ ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଶେଷରେ ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।