ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କର ୯୧ତମ ଜନ୍ମ ଜୟନ୍ତୀ ନନ୍ଦିନୀ ଦେବୀ ଜୟନ୍ତୀ କମିଟି ତରଫରୁ ଅନୁଷ୍ଠିତ !

ଢେଙ୍କାନାଳ :ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁ-ସାହିତ୍ୟିକ ଓ ଜନନାୟିକା ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କର ଜୟନ୍ତୀ ନନ୍ଦିନୀ ଦେବୀ ଜୟନ୍ତୀ କମିଟି ତରଫରୁ ଅନୁଷ୍ଠିତ ହୋଇଯାଇଛି ।

ଉତ୍ସବକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଉଦଘାଟନ କରୁଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଢେଙ୍କାନାଳ ମହାବିଦ୍ୟାଳୟର ଅଧ୍ୟାପିକା ଓ ମଞ୍ଜୁଳିକା ନାୟକ, ସମ୍ମାନୀତ ବକ୍ତା ଭାବରେ ରେଣୁବାଳା ସ୍ମୃତି ସଂସଦର ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ମିଶ୍ର ପ୍ରମୁଖ ଯୋଗଦାନ କରି କହିଲେ ଯେ ଅଗ୍ନିକନ୍ୟା ନନ୍ଦିନୀ ଦେବୀ ଶୋଷଣ ବିହିନ ସମାଜ ଗଠନ ପାଇଁ ସଦା ସର୍ବଦା ସଂଗ୍ରାମ କରି ଆସିଥିଲେ । ସେ ଜଣେ ସାଲିସ ବିହୀନ ନେତ୍ରୀ ଥିଲେ । ଲେଖନୀ ଜରିଆରେ ସାରସ୍ୱତ ଜଗତକୁ ସମୃଦ୍ଧ କରିବା ସହ ପାଠକ ମନଙ୍କର ହୃଦୟକୁ ସ୍ପର୍ଶ କରିଥିଲେ ।

ଜୟନ୍ତୀ କମିଟିର ଅଧ୍ୟକ୍ଷ କବି ମନୋରଞ୍ଜନ ନନ୍ଦ ନନ୍ଦିନୀ ଦେବୀଙ୍କର ସାମଗ୍ରୀକ କୃତି ଉପରେ ଆଲୋଚନା କରିବା ସହ ନନ୍ଦିନୀ ଦେବୀ ଜୟନ୍ତି କମିଟି ତରଫରୁ ଦାବି ଜଣାଇ କହିଥିଲେ ଯେ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ନାମକୁ ନନ୍ଦିନୀ ଦେବୀଙ୍କ ନାମରେ ନାମିତ କରିବା ସହ ଢେଙ୍କାନାଳ ସହରରେ ତାଙ୍କର ଏକ ପ୍ରତିମୁର୍ତି ସ୍ଥାପନ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟାୟକ ସ୍ୱାଗତ ଭାଷଣ ଓ ନିବନ୍ଧ ପାଠକରିଥିବା ବେଳେ ସ୍ମିତାରାଣୀ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । ଅଂଜୁଅସ୍ମିନ ପଟ୍ଟନାୟକ ପରିଚୟ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଅଜୟ କୁମାର ମିଶ୍ର କମିଟିର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନନ୍ଦିନୀ ଦେବୀ ସମ୍ମାନ ଗାଳ୍ପିକା ଜୟନ୍ତି ସାହୁ, ଦେବେନ୍ଦ୍ର ନାଥ ସ୍ମୃତି ସମ୍ମାନ ପ୍ରହଲ୍ଲାଦ ତ୍ରିପାଠୀଙ୍କ ପ୍ରଦାନ କରାଯିବା ସହ ବୈକୁଣ୍ଠ ବିହାରୀ ସ୍ୱାଇଁ, ଜୟଦେବ ଷଡଙ୍ଗୀ, ଅସୀତ କିଶୋର ମିଶ୍ର, ମମତାମୟୀ ପଣ୍ଡା, ମୈତ୍ରେୟୀ ଶୁଭଦା, ବିଦ୍ୟାଧର ବିଶ୍ୱାଳ, କାଦମ୍ବରୀ ମହାକୁଡ, ବବିତା ଦାଶ ପ୍ରଭୃତିଙ୍କୁ ପ୍ରତିଭା ମ୍ମାନ ପ୍ରଦାନ କରାଯାଇଥିଲା ।

ସ୍ଥାନୀୟ ଅର୍ଘ୍ୟ ସାଂସ୍କୃତିକ ଅନୁଷ୍ଠାନ ତରଫର ଗୁରୁ ଲକ୍ଷସ୍ମୀଧର ନାୟକ ଓ ତାଙ୍କର ଛା୍‌ତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କଗିଥିଲେ । ବିପିନ ବିହାରୀ ଶତପଥୀ ବେଦମନ୍ତ୍ର ଉଚ୍ଚାରଣ କରିଥିଲେ । ନନ୍ଦିକେଶ୍ୱର ନାଥ ସଭାପତିତ୍ୱ ଓ ରବୀନ୍ଦ୍ର ସାହୁଙ୍କ ସଂଯୋଜନାରେ ୮୦ ଜଣ କବି କବିତା ପାଠ କରିଥିଲେ ।

Leave A Reply

Your email address will not be published.

4 × 1 =