ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟରେ ହୋଲି ଉତ୍ସବ ପାଳିତ !

ଢେଙ୍କାନାଳ : ପୌରାଞ୍ଚଳ କଣ୍ଟାନାଳୀ ବାଇପାସ ସ୍ଥିତ ନନ୍ଦିନୀ ଦେବୀ ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ଠାରେ ହୋଲି ଉତ୍ସବ ପାଳିତ ହୋଇଯାଇଛି ।

ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାଳିତ ହୋଲି ଉତ୍ସବ ନିଆରା ଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦ୍ୟୁମ୍ନ ରଥ ଓ ସମ୍ପାଦକ ବିଶ୍ୱନାଥ ବେହେରା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ସାଇ ସତସଙ୍ଗ ଅନୁଷ୍ଠାନ ଢେଙ୍କାନାଳ ତରଫରୁ ବିଦ୍ୟାଳୟ ଅନ୍ତେଃବାସୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିବା ବେଳେ ଇନ୍ଦିପୁର ମଠସାହିର ଜୟ ଜଗନ୍ନାଥ କ୍ଳବର ସଦସ୍ୟମାନଙ୍କ ଦ୍ୱାରା ସ୍ୱତନ୍ତ୍ର ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ଦୀର୍ଘ ଦିନ ପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସାଙ୍ଗ ସାଥୀଙ୍କ ଗହଣରେ ରଙ୍ଗଖେଳି ଆନନ୍ଦିତ ହୋଇଥିଲେ ।

Leave A Reply

Your email address will not be published.

four × one =