ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ସାମାଜିକ ସୁରକ୍ଷା ପରିସରରେ ବିଶ୍ୱ ପଖାଳ ଦିବସ ପାଳିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୋବିନ୍ଦପୁର ଠାରେ ଥିବା ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ସାମାଜିକ ସୁରକ୍ଷା ପରିସରରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି ।

ଏହି ପଖାଳ ଦିବସରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ସହିତ ପଖାଳ ପ୍ରସ୍ତୁତ କରାଯାଇଥିଲା । ଏହି ସୁସ୍ୱାଦୁ ପଖାଳର ମଜା ଅନୁଷ୍ଠାନ ପରିସରରେ ନାତିନାତୁଣୀ ଠାରୁ ଆରମ୍ଭ କରି ଅଜା ଆଈ ପର୍ଯ୍ୟନ୍ତ ଏହି ପଖାଳ ମଜା ନେଇଥିଲେ ।

ଏହି ପଖାଳ ଦିବସରେ ଅନୁଷ୍ଠାନର ଅନ୍ତେଃବାସୀମାନେ ସାମୁହିକ ଭୋଜନରେ ଆପ୍ୟାୟିତ ହେବା ସହ ପଖାଳର ମଜା ନେଇଥିଲେ ।

Leave A Reply

Your email address will not be published.

6 + 5 =