ଢେଙ୍କାନାଳ ଜିଲ୍ଲାର ୩ ପ୍ରମୁଖ ପୌରାଞ୍ଚଳ ରେ କମ୍ପୁଛି ପ୍ରଚାର ମଇଦାନ : ଭାଜପା ପକ୍ଷରୁ ବିଭିନ୍ନ ଓ୍ୱାର୍ଡରେ ମାରାଥନ୍‌ ପ୍ରଚାର !

ଢ଼େଙ୍କାନାଳ : ଭାଜପା ପକ୍ଷରୁ ସହରାଞ୍ଚଳର ବିଭିନ୍ନ ଓ୍ୱାର୍ଡରେ ମାରାଥନ୍‌ ପ୍ରଚାର କରାଯାଇ ଥିବା ବେଳେ ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ଶାସକ ବିଜେଡି ଉପରେ ବର୍ଷି ଛନ୍ତି । ସେ କହଲେି , ରାଜ୍ୟରେ ଦୁର୍ନୀତି ଚରମ ସୀମା ରେ ପହଞ୍ଚିଛି ।

ରାଜ୍ୟ ସରକାରଙ୍କ ବଡ଼ପଣ୍ଡାମାନେ ଦୁର୍ନୀତିରେ ଲିପ୍ତ ଅଛନ୍ତି। ସାଧାରଣ ଲୋକେ ନାହିଁନଥିବା ହୀନସ୍ତା ହେଉ ଥିବାବେଳେ ଏଭଳି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ସାଂସଦ, ବିଧାୟକ ମନ୍ତ୍ରୀଙ୍କ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ରାଜ୍ୟର ଶାସକ ଦଳ କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ ହଡ଼ପ କରିବାକି ଚକ୍ରାନ୍ତ କରୁଛି। ଓଡ଼ିଶାକୁ କେନ୍ଦ୍ର ସରକାର ବିପୁଳ ଅନୁଦାନ କୁ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାଟମାରଣା ହୋଇଯାଉଛି। ଏନେଇ ଜନତା ସଚେତନ ହେଲେଣି। ପୌର ନିର୍ବାଚନରେ ଭୋଟର ଏହାର ଉଚିତ ଜବାବ ଦେବେ ବୋଲିସେ କହିଛନ୍ତି ।

ଏହି ଅବସରରେ ରୁଦ୍ରନାରାୟଣ ଢେଙ୍କାନାଳ ପୌରାଞ୍ଚଳର ଦଳୀୟ ନଗରପାଳ ପାର୍ଥିନୀ ଜୟନ୍ତୀ ପାତ୍ର, ୭ନଂ .ଓ୍ୱାର୍ଡର କାଉନ୍‌ସିଲର ପ୍ରାର୍ଥୀ ଜୁଲିନା ମହାନ୍ତି , ୨୧ନଂ .ୱାର୍ଡ କାଉନସିଲର ପ୍ରାର୍ଥିନୀ ମମତା ସାହୁ, ୨୨ନଂ .ୱାର୍ଡ କାଉନ୍‌ସିଲର ପ୍ରାର୍ଥିନୀ ସୁମିତ୍ରା ମଲ୍ଲକଙ୍କି ପାଇଁ ଭୋଟ ଭିକ୍ଷା କରିଥିଲେ।

ରାଜ୍ୟ କୃଷକ ମୋର୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ଶର୍ମା, ମିଡିଆ ସେଲ ପ୍ରଭାରି ନବକିଶୋର ଗୁରୁ, ମାତୃପ୍ରସାଦ ନନ୍ଦ ,ନଗରପାଳ ପ୍ରାର୍ଥୀଙ୍କ ସମେତ ସମ୍ପୃକ୍ତ ଓ୍ୱାର୍ଡର ପ୍ରାର୍ଥୀମାନେ ପ୍ରଚାରରେ ସାମିଲ ହୋଇଥିଲେ।

ଏଥିସହିତ କାମାକ୍ଷାନଗର ଏନଏସି ର ୧୨ନଂ ଓ ୧୩ନଂ .ଓ୍ୱାର୍ଡ ଏବଂ ଭୁବନ ଏନଏସି ର ୧୫ନଂ .ୱାର୍ଡର ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୁଦ୍ରନାରାୟଣ ପ୍ରଚାର କରିଥିଲେ।

Leave A Reply

Your email address will not be published.

3 × 5 =