ଢେଙ୍କାନାଳ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱୀତୟ ପାଳିର ତୃତୀୟ ବର୍ଷ ପୂର୍ତୀ ଉପଲକ୍ଷେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି ତରଫରୁ ସଦର ବ୍ଲକ୍ ଗୁଣ୍ଡିଚାପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡେଙ୍ଗବୋରେଇ ଗ୍ରାମରେ ଏକ ଓବିସି ସମାବେଶ ଆୟୋଜନ କରାଯାଇଥିଲା ।
ଓବିସି ଜିଲ୍ଲା ସଭାପତି ପ୍ରଶାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ମୁଖ୍ୟ ବକ୍ତା, ଓବିସି ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ସାବିତ୍ରୀ ବିଶ୍ୱାଳ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୋଦି ସରକାରଙ୍କ ୮ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ବାବଦରେ ଚର୍ଚ୍ଚା କରିବା ସହ ଓବିସିମାନଙ୍କର ସ୍ୱାର୍ଥ୍ୟ ରକ୍ଷା ଓ ସମ୍ବିଧାନ ଅଧିକାର ପାଇଁ ରାଜ୍ୟ ସ୍ତରରେ କମିଶନ ଗଠନ କରିବା, ସମ୍ବିଧାନକୁ ସଂଶୋଧନ କରି ଓବିସି ଓ ଏସ୍.ଇ.ବି.ସି. ତାଲିକା ସ୍ଥିର ପାଇଁ ରାଜ୍ୟକୁ କ୍ଷମତା ପ୍ରଦାନ କରିବା, ଶିକ୍ଷା, ନିଯୁକ୍ତ ଓ ରାଜନୈତିକ କ୍ଷେତ୍ରରେ ସଂରକ୍ଷଣ କରିବା, ଓବିସି ବର୍ଗର ଅର୍ଥନୈତିକ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଓବିସି ଫାଇନାନ୍ସ ଏଣ୍ଡ ଡେଭଲପ୍ମେଣ୍ଟ କର୍ପୋରେସନ୍ ଗଠନ କରିବା, ଓବିସି ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ଋଣ ଓ ସବ୍ସିଡ୍ ବ୍ୟବସ୍ଥା କରିବା, ଓବିସି ଛାତ୍ରଙ୍କ ପାଇଁ ଛାତ୍ରବୃତି, ଛାତ୍ରାବାସ, କୌଶଳ ବିକାଶ, ଶିକ୍ଷାଋଣର ବ୍ୟବସ୍ଥା କରିବା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଇତ୍ୟାଦି ବାବଦରେ ଉପସ୍ଥିତ ଓବିସି ବର୍ଗର ଜନସାଧାରଣଙ୍କୁ ଅବଗତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚାର ବରିଷ୍ଠ କାର୍ଯ୍ୟକର୍ତା ଗଗନ ରାଉତ, ଦିଲ୍ଲୀପ ରାଉତ, ସ୍ୱପ୍ନେଶ୍ୱର ରାଉତ, ବ୍ରଜବନ୍ଧୁ ରାଉତ, ଗୀତଞ୍ଜଳି ପ୍ରଧାନ, ପ୍ରଦୀପ ମହାପାତ୍ର, ସୁଶାନ୍ତ ସାମଲ, ରୀନାରାଣୀ ରାଉତ, ବିଭୁତି ସାହୁ, ଶେଷଦେବ ବେହେରା ସମେତ ଶତାଧିକ ଓବିସି ବର୍ଗର ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ବରିଷ୍ଠ ବିଜେପି ନେତା ପ୍ରଦୀପ ସାହୁ ଧନ୍ୟବାଦ ଦେଇଥିଲେ ।