ଭୁବନ ; ପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରସ୍ତୁତି ବୈଠକ ଶେଷ !

ଢ଼େଙ୍କାନାଳ : ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଭୁବନ । ଯାହାକି ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ । ଏହି ଗ୍ରାମରେ ସ୍ଥିତ ତୃତୀୟାଦେବ ଜୀଉ ମନ୍ଦିରରେ ପୂଜା ପାଉଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଶେଷ ହୋଇଛି ।

ଉକ୍ତ ବୈଠକ ରେ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ତଥା ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ସୁରୁଖୁରୁରେ ଯାତ୍ରା ଆୟୋଜନ ନେଇ ଆଲୋଚନା କରିଥିଲେ । ବିଶେଷ କରି ବିଦ୍ୟୁତ ଜନିତ ଦୁର୍ଘଟଣାକୁ ଏଡାଇବା ଲାଗି ବିଦ୍ୟୁତ ବିଭାଗ ସହ ଆଲୋଚନା କରାଯାଇଥିଲା । ସେହିଭଳି ସମ୍ପାଦକ ନିରଞ୍ଜନ ଗୁରୁ ରଥଯାତ୍ରା ନିମନ୍ତେ ହେବାକୁ ଥିବା ଆର୍ଥିକ ଖର୍ଚ୍ଚ ଓ ଆନୁସଙ୍ଗିକ ବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ ।

ଉକ୍ତ ବୈଠକ ରେ କୋଷାଧ୍ୟକ୍ଷ ପ୍ରଭାସ କୁମାର ସେନାପତି, ଉପଦେଷ୍ଟା ଦିଲ୍ଲିପ କୁମାର ଦାସ , ମନ୍ଦିର ମୁଖ୍ଯ ପୂଜକ ତୁଷାରକାନ୍ତି ମିଶ୍ର, ଗୋବର୍ଦ୍ଧନ ପୀଠ ମଠାଧିସ ପୁରୀ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ଗୋପିନାଥ ମହାନ୍ତି, ରାମଚନ୍ଦ୍ର ରାଉତ ସମେତ ବହୁ ସଦସ୍ଯ ଯୋଗଦେଇଥିଲେ ।

Leave A Reply

Your email address will not be published.

three × four =