ସୋଗର ଗ୍ରାମ ଠାରେ ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀର୍ତନର ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ : ଶ୍ରୀଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦର ଆଂଚଳିକ ସମ୍ମିଳନୀ ସୋଗର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଶରତ ଚନ୍ଦ୍ର ମଳିକ ଏବଂ ଘନଶ୍ୟାମ ମଳିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ସାହିଭାଇମାନଙ୍କ ସହଯୋଗରେ ପ୍ରଥମକରି ହରିନାମ ସଂକୀର୍ତନ ସମ୍ମିଳନୀ ଆରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦର ରାଜ୍ୟ ସଭାପତି ବିପ୍ରବର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସମଗ୍ର ବିଶ୍ୱ ମହା ସଂକଟ ଦେଇ ଗତିକରୁଛି ।

ପ୍ରତ୍ୟେକ ମୁହୂର୍ତରେ କିଛି ନା କିଛି ଅଘଟଣ ଘଟିବା ସହିତ ଆଗାମୀ ଦିନରେ ପୃଥିବୀ ଧ୍ୱଂସ ଆଡକୁ ଆଗେଇ ଯିବାର ପ୍ରତୀୟମାନ ହେଉଅଛି । ଏହି ସଂକଟରୁ ଉଦ୍ଧାର ପାଇବାକୁ ହେଲେ ସ୍ୱୟଂ ଜଗନ୍ନାଥଙ୍କୁ ଆଶ୍ରା କରିବା ଉଚିତ୍ । କଳିର କରାଳ ପ୍ରଭାବରୁ ରକ୍ଷଆ ପାଇବାକୁ ହେଲେ ଏକମାତ୍‌ର ନାମ ସାର “ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ ‘ । ସକାଳୁ ସଂଧ୍ୟାରେ ଯିଏ ନାମ ଜପ କରୁଛି ତାଙ୍କ ଘରକୁ ବିପଦ ଆସିବ ନାହିଁ ।

ସମଗ୍ର ଓଡିଶାରେ ଏ ବାର୍ତା ପହଂଚ କରିବା ପାଇଁ ଉଦ୍ୟମ ଜାରି ରହିଛି । ସରକାରଙ୍କର ପ୍ରଦତ ସୁବିଧା ସୁଯୋଗ ପାଇଁ ଅନ୍‌ଲାଇନ୍ ପଞ୍ଜିକୃତ ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଉପସଭାପତି ଭାରତୀ ସ୍ୱାଇଁ, ଯୁଗ୍ମ ସାଧାରଣ ସଂପାଦକ ଦମୟନ୍ତୀ ବେହେରା, ଢେଙ୍କାନାଳ ମୁନିସ୍‌ପାଲଟି କୀର୍ତନ ସଭାପତି କଳ୍ପନା ସାହୁ, ଯୋଗଦାନ ଦେଇ ଶହଶହ ମହିଳାମାନଙ୍କ ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରତ୍ୟେକ ଗ୍ରାମରେ ହରିନାମ ପ୍ରଚାର ପାଇଁ ଆହ୍ୱାନ ଦେଇଥିଲେ । ସମ୍ମିଳନୀର ଆୟୋଜକ ଶରତ ଚନ୍ଦ୍ର ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven + fifteen =