ନିରବଦ୍ରଷ୍ଟା ସାଜି ଦେଖୁଥିଲା ପ୍ରଶାସନ : ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅସହାୟ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ !

ଢେଙ୍କାନାଳ : ସୁଦୂର ଉତରପ୍ରଦେଶ ଝାଂସିରେ ବିବାହ ପରେ ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ପଡୋଶୀମାନେ ବାରମ୍ବାର ନିର୍ଯ୍ୟାତନା ଦେଲେ । ମହିଳା ଜଣଙ୍କ ପୋଲିସ ଥାନା ଫାଣ୍ଡି ଠାରୁ ଆରମ୍ଭ କରି ଏସପି ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ମାତ୍ର କେହି ତାଙ୍କ ଗୁହାରି ଶୁଣିଲେ ନାହିଁ ।

ଶେଷରେ ଗତ କିଛି ମାସ ପୂର୍ବେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନିଜ ପିନ୍ଧା ଲୁଗାଚିରି କିରୋସିନି ଢାଳି ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ତେବେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଭୁମିକା ନେଇ ପାଲଟା ଏହି ମହିଳା ପୁଣି ପଡୋଶୀଙ୍କ ଅମାନୁଷିକତାର ଶିକାର ହୋଇଛନ୍ତି । ଫଳରେ ଏହି ନିର୍ଯ୍ୟାତିତା ମହିଳା ଜଣଙ୍କ ଆଜି ପୁନର୍ବାର ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ନିଜ ଦେହକୁ କାଚ ବୋତଲରେ ବାରମ୍ବାର କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ।

ତେବେ ଖବର ପାଇ ଗୁରୁତର କ୍ଷତାକ୍ତ ଅବସ୍ଥାରେ ଟାଉନ ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଛି । ଗୁରୁତର ମହିଳା ଜଣଙ୍କ ସଦର ଥାନା କୋଇଲିପଙ୍ଗିର ସସ୍ମିତା ରାଉତ ବୋଲି ଜଣାପଡିଛି । କାଚ ବୋତଲରେ ତାଙ୍କ ହାତ ଓ ବେକ ଆଦି ଦେହର କେତେକ ଜାଗା କଟି ଯାଇଥିବା ଦେଖିବାକୁ ମିଳିଛି ।

ଏହି ସ୍ୱାମୀ ପରିତ୍ୟକ୍ତା ସସ୍ମିତା ସଦର ଥାନା ଅନ୍ତର୍ଗତ କୋଇଲିପଙ୍ଗି ଗ୍ରାମରେ ଏକ ସରକାରୀ ଜାଗାରେ ଘରକରି ପରଘରେ ମୁଲମଜୁରୀ କରି ନିଜର ଦୁଇ ଶିଶୁଙ୍କୁ ଲାଳନ ପାଳନ କରୁଥିଲେ । ମାତ୍ର ତାଙ୍କ ଗ୍ରାମର କିଛି ଲୋକ ତାଙ୍କୁ ବାରମ୍ବାର ଅଶାଳୀନ ବ୍ୟବହାର କରିବା ସହ ତାଙ୍କୁ ଏଠାରୁ ବାହାର କରିଦେବା ଲାଗି ଉଦ୍ୟମ କରିଆସୁଛନ୍ତି । ଏ ସମ୍ପର୍କରେ ସେ ଭାପୁର ଫାଣ୍ଡି, ସଦର ଥାନା,ଏସପି ଓ ଜିଲ୍ଲାପାଳଙ୍କୁ ଗୁହାରି କରି ବିଫଳ ହେବାରୁ ଗତ କିଛି ମାସ ପୂର୍ବେ ଅନୁରୂପ ଭାବେ ଆତ୍ମହୂତୀ ଦେବାକୁ ଉଦ୍ୟମ କରିଥିଲେ ।

ଏହାପରେ ପୋଲିସ ଓ ତହସିଲ ପକ୍ଷରୁ କୋଇଲିପଙ୍ଗି ଯାଇ ଏହି ପୀଡିତା ମହିଳାଙ୍କ ସମେତ ସରକାରୀ ଜାଗା ଦଖଲ କରିଥିବା ଅନ୍ୟ ଲୋକମାନଙ୍କୁ ଉଚ୍ଛେଦ ପାଇଁ ତାଗିଦ କରିବା ଏହି ମହିଳାଙ୍କ ପାଇଁ କାଳ ହୋଇଛି । ଏଥିପାଇଁ ଏହି ମହିଳାଙ୍କୁ ଦାୟୀ କରି ପ୍ରତିଶୋଧ ପରାୟଣ ହୋଇ ଗତକାଲି ତାଙ୍କ ଘରେ ପଶି କେତେକ ଲୋକ ତାଙ୍କୁ ମାଡ ମାରିବା ସହ ନାନା ଅମାନୁଷିକ ନିର୍ଯ୍ୟାତନା ଦେଇଛନ୍ତି । ଯାହାକି ତାଙ୍କୁ ଅସହ୍ୟ ହୋଇପଡିବାରୁ ପିଡିତା ମହିଳା ଜଣଙ୍କ ଆତ୍ମହତ୍ୟା ଭଳି ଏପରି ଉଦ୍ୟମ କରିଥିବା ଜଣାପଡିଛି । ଏହି ଘଟଣା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

three × 4 =