ମନେ ପଡନ୍ତି ସେହି ମହିୟସୀ ମହିଳା ତଥା ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଦେବୀ ………….

ମନେପଡେ ୧୯୯୫ମସିହା ର କଥା । ସୁଯୋଗ ମିଳିଥିଲା ସେହି ମହିୟସୀ ମହିଳା ଙ୍କ ବିରୁଦ୍ଧରେ ତାଙ୍କ ଜୀବନ ର ଶେଷ ନିର୍ବାଚନ ରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ। ସେ ଥାଆନ୍ତି ଭାରତୀୟ ଜାତୀୟ କଂଗ୍ରେସ ର ୧୧୯-ଗଁ ଦି ଆ ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀନି ଓ ମୁଁ ଥାଏ ସ୍ବର୍ଗତ ବିଜୁ ପଟନାୟକ ଙ୍କ ନେତୃତ୍ୱ ରେ ଥିବା ଜନତା ଦଳ ର ପ୍ରାର୍ଥୀ ।

ମୋ ଜୀବନ ର ପ୍ରଥମ ବିଧାନସଭା ନିର୍ବାଚନ । ମନରେ ଭୟ ଥାଏ । କିଭଳି ଲଢ଼ିବି ଏ ନିର୍ବାଚନ । ବିଜୁ ବାବୁ ଙ୍କ ପ୍ରେରଣା ମୋତେ ଅଦମ୍ୟ ସାହସ ଦେଇଥାଏ । ମୋର ମନେଅଛି ସେତେବେଳେ ନିର୍ବାଚନ ବେଳେ କେଉଁଠି କେମିତି ନିର୍ବାଚନୀ ଗଣ୍ଡଗୋଳ ହେଉଥାଏ । ମୁଁ ବିଜୁ ବାବୁ ଙ୍କ ନିର୍ଦେଶ ରେ ଦିନେ ସଂଧ୍ୟାରେ ନନ୍ଦିନୀ ଦେବୀ ଙ୍କୁ ଫୋନ କଲି । କହିଲି ମ୍ୟାଡାମ ଅପଣଙ୍କ ଲୋକ ମାନେ ଗଣ୍ଡଗୋଳ କରୁଛନ୍ତି। ଆପଣ ଜବତ କରନ୍ତୁ ନହେଲେ ଅସୁବିଧା ହେବ । ସେ ମୋତେ କହିଲେ ମୋତେ କଣ ଧମକାଉଛୁ । ମୁଁ କହିଲି ମ୍ୟାଡ଼ମ ମୁଁ କ’ଣ ଆପଣଙ୍କୁ ଧମକାଇ ପାରିବି । ମୋତେ ସେ ବିରକ୍ତ ହେଲେ କହିଲେ ମୋତେ ମ୍ୟାଡ଼ମ କ’ଣ ଡାକୁଛୁ ।ମୋତେ ମା ବୋଲି ଡାକେ ।ଆମେ ମାଆ ପୁଅ ଲଢା ଲଢ଼ି ହେବ। କିଛି ଗଣ୍ଡଗୋଳ କେଉଁଠି ହେବନାହିଁ । ଆଉ କେଉଁଠି ବି ଗଣ୍ଡଗୋଳ ହେଲା ନାହିଁ ।

ଏ କଥା ବିଜୁ ବାବୁ ଙ୍କ କାନକୁ ଗଲା । ସେହି ନିର୍ବାଚନ ରେ ମୁଁ ସ୍ୱଳ୍ପ ଭୋଟ ବ୍ୟବଧାନ ରେ ହାରିଲି । ମୁଁ ହାରିଲା ପରେ ପ୍ରଥମ ଫୋନ କଲ ତାଙ୍କଠୁ ପାଇଲି । ମୋତେ କହିଲେ ତୁ ମୋର ପୁଅ ପରି ମୋର ବୟସ ହୋଇ ଗଲାଣି ଓ ଆଉ ନିର୍ବାଚନ ଲଢ଼ିବିନି । ତୋର ଯେତେବେଳେ ଯାହା ଦରକାର ମୋତେ କହିବୁ । ଏହି ଅତ୍ମୀୟତା ଆଜି କଲି ରାଜନୀତି ରେ ମିଳିବା ବିରଳ । ତାପରେ ମୁଁ ୨୦୦୦ମସିହାରେ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ବିଜୁ ଜନତାଦଳ ରୁ ପ୍ରାର୍ଥୀ ହେଲି ।ନନ୍ଦିନୀ ଦେବୀ ଙ୍କ ନାମ କଂଗ୍ରେସ ତରଫରୁ ଘୋଷଣା କରାଯାଇଥିଲା ।ସେ କିନ୍ତୁ ଲଢ଼ିବାକୁ ମନା କରିଦେଲେ ।

ଆଜି ସେହି ଯୁଗଜନ୍ମା ମହିଳା ଙ୍କର ୯୧ ତମ ଜନ୍ମ ଜୟନ୍ତୀ ରେ ମୋର ବିନମ୍ର ଶ୍ରଦ୍ଧା ସୁମନ ଜଣାଉଛି ।

ନବୀନ ନନ୍ଦ, ପୂର୍ବତନ ବିଧାୟକ ଢେଙ୍କାନାଳ

Leave A Reply

Your email address will not be published.

8 + eighteen =