ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ୍ ତରଫରୁ ରକ୍ତଦାନ ଶିବିର : ୮୮ ୟୁନିଟ୍ ରକ୍ତ ସଂଗ୍ରହ !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଛାତ୍ର କଂଗ୍ରେସ୍ ତରଫରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଥିବାବେଳେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଅନୁଭବ କରି ଜିଲ୍ଲା ଛାତ୍ର କଂଗ୍ରେସ୍ ସଭାପତି ଶୁଭମ୍ ଦାଶଙ୍କ ନେତୃତ୍ୱରେ ରକ୍ତଦାନ ଶିବିର କରାଯାଇ ୮୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଟକ, ଜାଭିୟର୍ସ ଫାଉଁଣ୍ଡେସ୍‌ନ୍‌ର ଅଧ୍ୟକ୍ଷ କୁଲ୍‌ଦୀପ୍ ରଥ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଜିଲ୍ଲା ରେଡ୍‌କ୍ରସ୍ ଉପାଧ୍ୟକ୍ଷ ତଥା ଜିଲ୍ଲା ରକ୍ତଦାତା ସଂଘର ସଭାପତି ବିରଂଚି ନାରାୟଣ ପାଣି, ଜିଲ୍ଲା କଂଗ୍ରେସ୍ ସଭାପତି ସରୋଜ ପଟ୍ଟନାୟକ, ବରିଷ୍ଠ ନେତା ତଥା ଜିଲ୍ଲା ମୁଖପାତ୍ର ପ୍ରେମ୍ ଶଙ୍କର ମିଶ୍ର, ବରିଷ୍ଠ ନେତା ସୁନିଲ୍ ଦାସ, ଜିଲ୍ଲା କିଶାନ୍ କଂଗ୍ରେସ୍ ସଭାପତି ବୀପ୍ରବର ସାହୁ, ମହିଳା ସଭାନେତ୍ରୀ ସ୍ମିତାରାଣୀ ସାମଲ, ଶିଳ୍ପୀଶ୍ରୀ ହରିଚନ୍ଦନ, ଟାଉନ୍ ସଭାପତି ହାଇଦର୍ ମହମ୍ମଦ, ଯୁବ ସଭାପତି ଜ୍ୟୋତିର୍ମୟ ପାଲ୍‌, ଗଁଦିଆ ବ୍ଲକ୍ ସଭାପତି ଶେଷଦେବ ମହାପାତ୍ର, ଜିଲ୍ଲା ସାଧାରଣ ସଂପାଦକ ଶ୍ରୀମନ୍ତ ପରିଡା, ଜିତେନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଉଦ୍‌ଘାଟନ କରିଥିଲେ ।

ଛାତ୍ର କଂଗ୍ରେସ୍ ଉପସଭାପତି ଶୁଭଲକ୍ଷ୍ମୀ ରାଉତ, ହିତେଶ୍ ହୋତା, ସୌମ୍ୟଜିତ୍ ମଲ୍ଲିକ, ଶୁଭମ୍ ଦାସ, ଓମ୍ ପ୍ରକାଶ ବେହେରା, ସିଦ୍ଧାନ୍ତ ମିଶ୍ର, ରାହୁଲ୍ ସାହୁ, ସ୍ୱାଗତ ସାଗର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ରୋଟାରିଆନ୍ ରାଜକିଶୋର ବେହେରା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

twenty − 7 =