ଏଫ୍‌.ଏଲ୍‌.ଏନ୍‌. ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନରେ ସଦର ବ୍ଲକ୍ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ଶ୍ରେଷ୍ଠତ୍ୱ ପ୍ରଦର୍ଶନ !

ଢେଙ୍କାନାଳ : ସଦର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସଦର ବ୍ଲକ୍‌ର “ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ” ମିଶନ୍‌ରେ ସର୍ବେଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ।

ଏଥିନିମିତ ଗତ୩୧.୦୫.୨୦୨୨ରିଖରେ କ୍ଲଷ୍ଟର୍ ସ୍ତରୀୟ ଶ୍ରେଷ୍ଠ ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ନେଇ ଏକ ଆକଳନ କରାଯାଇଥିଲା । ଉକ୍ତ ସତରଗୋଟି ବିଦ୍ୟାଳୟ ମଧ୍ୟରେ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସର୍ବଶ୍ରେଷ୍ଠ କୃତିତ୍ୱ ହାସଲ କରିଥିଲେ । ସଦର ବ୍ଲକ୍‌ର ଗୋପାଳସାଗର କ୍ଲଷ୍ଟରରେ ଅବସ୍ଥିତ ଉକ୍ତ ବିଦ୍ୟାଳୟର ପରିବେଶ ଅତ୍ୟନ୍ତ ଆକର୍ଷଣୀୟ ଅଟେ ।

ଶ୍ରେଣୀଗୃହ ଗୁଡିକ ଶିକ୍ଷଣ ସାମଗ୍ରୀ ଓ କାନ୍ଥଚିତ୍ରଣରେ ପରିପୂର୍ଣ୍ଣ ଅଟେ । ଶିକ୍ଷାର୍ଥୀମାନେ ଉକ୍ତ ବିଦ୍ୟାଳୟରେ ବିଜ୍ଞାନଗାର, ଗ୍ରନ୍ଥାଗାର ବ୍ୟବହାର କରି ଉଚ୍ଚକୋଟୀର ଶିକ୍ଷାଗ୍ରହଣ କରିଥାନ୍ତି । ସମଗ୍ର ଶିକ୍ଷା ତରଫରୁ ମିଳିଥିବା ଅନୁଦାନ ରାଶି ୫୦୦୦ଟଙ୍କା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରି ଉକ୍ତ ଅର୍ଥରାଶିକୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ବିନିଯୋଗ କରିବା ନିମିତ ପରାମର୍ଶ ଦେଇଥିଲେ ଯଦ୍ୱାରା ଶିକ୍ଷାର୍ଥୀଙ୍କ ଶିକ୍ଷା ଓ ଶିକ୍ଷଣ ଦୀର୍ଘସ୍ଥାୟୀ ତଥା ଚିରସ୍ଥାୟୀ ହେବ ।

ଉକ୍ତ ପୁରସ୍କାର ଗ୍ରହଣ ଉତ୍ସବର ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନୁକମ୍ପା ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବେନ୍ଦ୍ର ସିଂ, ମୋ ସ୍କୁଲ୍ ଅଭିଯାନ ସଭାପତି ଆଡପୋକେଟ୍ ଗୁପ୍ତେଶ୍ୱର ମିଶ୍ର, ଗୋପାଳସାଗର କ୍ଲଷ୍ଟର ସି.ଆର୍‌.ସି.ସି. ପ୍ରଭାତୀ ବେହେରା ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଯଥା-ପ୍ରଣତୀ ପତି, ପ୍ରତିମା ସ୍ୱାଇଁ, କଲ୍ୟାଣୀ ସାହୁ, ସଂଧ୍ୟାରାଣୀ ମିଶ୍ର, ସଂଯୁକ୍ତା ମିଶ୍ର, ସୌମିତ୍ରୀ ବିଷ୍ଣୁପ୍ରିୟା ମହାନ୍ତି ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଦର ବ୍ଲକ୍ ବି.ଆର୍‌.ସି.ସି. ଦେବବ୍ରତ ନାଥ ପରିଚାଳନା କରିଥିଲେ ।

Leave A Reply

Your email address will not be published.

three × 2 =