ଢେଙ୍କାନାଳ ପୌର ନିର୍ବାଚନ ମଇଦାନ ପ୍ରଚାରରେ କମ୍ପୁଛି :ବିଜେଡି ପକ୍ଷରୁ ମାରାଥନ ପ୍ରଚାର !

ଢ଼େଙ୍କାନାଳ : ଢେଙ୍କାନାଳ ପୌର ନିର୍ବାଚନ ମଇଦାନ ପ୍ରଚାରରେ କମ୍ପୁଛି । ଢ଼େଙ୍କାନାଳ ପୌରାଞ୍ଚଳ ୱାର୍ଡ ୮ନଂ ,୧୩ନଂ ,୧୪ନଂ ସକାଳ ଏବଂ ଅପରାହ୍ନରେ ୧୧ନଂ ,୧୨ନଂ ଏବଂ ୧୫ନଂ ଓ୍ୱାର୍ଡରେ ବିଜେଡିର
ମାରାଥନ୍‌ ପ୍ରଚାର ଦେଖିବାକୁ ମିଳିଥିଲା ।

୮ନଂ .ୱାର୍ଡ ଗଜମରାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବାଞ୍ଛକୁସୁମ, ମହିଷାପାଟ ଅଞ୍ଚଳ ପରିକ୍ରମା କରିଥିଲେ।
ନଗରପାଳ ପ୍ରାର୍ଥିନୀ ଅନିମା ନାୟକ, କାଉନ୍‌ସିଲର ପ୍ରାର୍ଥୀ ରଶ୍ମିରଞ୍ଜନ ରାଉତଙ୍କ ପାଇଁ ବିଧାୟକ ସୁଧୀରକୁମାରସାମଲ, ସାସଂଦ ମହେଶ ସାହୁ,ସାମାଜିକ କର୍ମୀ ଗଙ୍ଗାଧର ସାମଲ, ଦୀପକମିଶ୍ର, ପୂର୍ବତନ ନଗରପାଳ ସୁଧାଂଶୁ ଦଳେଇ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ।

ସେହିପରି ୧୩ନଂ .ଓ୍ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ସାଗିର ମହମ୍ମଦ, ୧୪ନଂ .ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ରୁଦ୍ରାନ୍ତ ଦଳେଇଙ୍କ ଲାଗି ଦଳୀୟ କର୍ମକର୍ତ୍ତାମାନେ ପ୍ରଚାର କରିଥଲେ। ଶୋଭା ଯାତ୍ରାରେ ଘୋଡ଼ା, ଶଙ୍ଖୁଆ ନୃତ୍ୟଦଳ ସାମିଲ ହୋଇଥିଲେ। ସେହିପରି ଅପରାହ୍ନରେ ୧୧ନଂ ୱାର୍ଡ କାଉନ୍‌ସିଲର ପ୍ରାର୍ଥୀ ରତ୍ନପ୍ରଭା ସାହୁ, ୧୨ନଂ .ଓ୍ୱାର୍ଡର କାଉନ୍‌ସିଲର ପ୍ରାର୍ଥୀ ଶୁଭ ଲକ୍ଷ୍ମୀ ସାହୁ ଏବଂ ୧୫ନଂ ଓ୍ୱାର୍ଡର କାଉନ୍‌ସିଲର ପ୍ରାର୍ଥୀ ବିମଳ ନାୟକଙ୍କୁ ଜିତାଇବା ପାଇଁ ବିଧାୟକ ଭୋଟରଙ୍କୁ ନିବେଦନ କରିଥିଲେ।

ଏହି ଦଳିୟ ପ୍ରଚାର ରେ ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦିକା ତିଳୋତ୍ତମା ଚୌଧୁରୀଙ୍କ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.

nine + ten =