ଢେଙ୍କାନାଳ :ସ୍ଥାନୀୟ ରଥଗଡାସ୍ଥିତ ଉଫୁନା କାର୍ଯ୍ୟାଳୟ ପରିସରରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି ।
ଏଥିରେ ମୂଖ୍ୟ ଅତିଥି ରୂପେ ପରିବେଶବିତ ଉପେନ୍ଦ୍ର ରାଉତ ଯୋଗଦେଇ କହିଲେ ଯେ, କଥାରେ ଅଛି “ଆଖି କାନ ନାକ କହଇ ଯାହା, ପରିବେଶ କହିଲେ ବୁଝାଏ ତାହା ‘ । ବର୍ତ୍ତମାନ ପରିବେଶକୁ ଠିକ୍ ନରଖିଲେ ବିଶ୍ୱ ରହିବ ନାହିଁ ବା ଜୀବନ ରହିବ ନାହିଁ । ପୂର୍ବତନ ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ ଇଉକ୍ରେନ୍ ଓ ଋଷିଆ ଯୁଦ୍ଧ ମଧ୍ୟରେ ଋଷିଆ ଯେଭଳି ଭାବରେ କ୍ଷେପଣାସ୍ତ୍ର ପ୍ରୟୋଗ କରି ବିଶ୍ୱ ପରିବେଶକୁ ନଷ୍ଟ କରୁଛି ତାହା ଚିନ୍ତାର ବିଷୟ ।
ଏଥିରେ ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ଓଡ଼ିସା ସାହିତ୍ୟ ଏକାଡେମୀ ସଦସ୍ୟ କବି ବାହାଦୂର ପାଟସାହାଣୀ, ସାମାଜିକ କର୍ମୀ ସରୋଜ ଶତପଥୀ ଓ ଯୁବ ଇଂ ଲଳିତ କୁମାର ବେହେରା, ପ୍ରଫେସର ଦିଲ୍ଲିପ ନନ୍ଦ. ଇଂ ଡମ୍ବରୁଧର ପଣ୍ଡା, ଅକ୍ଷୟ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ବିସ୍ତୁତ ଭାବରେ ପରିବେଶ ସମ୍ପର୍କରେ ଆଲୋଚନା କରି ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।