ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ-୨୦୨୨ ପ୍ରଥମ ପ୍ରସ୍ତୁତି ବୈଠକ !

ଢେଙ୍କାନାଳ : ସ୍ଥାନୀୟ ଦଧିବାମନଜୀଉ ମନ୍ଦିର ପ୍ରାଙ୍ଗଣ ଠାରେ ଉପଦେଷ୍ଟା ବିଶିଷ୍‌ଟ ବଂଶିବାଦକ ଗଗନ ବିହାରୀ ନନ୍ଦଙ୍କ ସଭାପତିତ୍ୱରେ ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ୨୦୨୨ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆସନ୍ତା ତା.୦୧.୦୭.୨୦୨୨ରିଖ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଠାରୁ ବାହୁଡା ତା.୦୯.୦୭.୨୦୨୨ରିଖ ୯ଦିନ ଧରି ପୂର୍ବ ବର୍ଷମାନଙ୍କ ପରି ଓଡିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପି ଏବଂ ସ୍ଥାନୀୟ ଅଞ୍ଚଳର କଣ୍ଠଶିଳ୍ପିମାନଙ୍କୁ ନେଇ ପ୍ରତ୍ୟହ ଭଜନ ସମାରୋହ ଅନୁଷ୍ଠିତ ହେବ ।

ଏହାକୁ ଅଧିକ ଆକର୍ଷଣୀୟ, ସରସ ସୁନ୍ଦର କରିବା ପାଇଁ ଉପସ୍ଥିତ ସଦସ୍ୟମାନେ ମତାମତ ପ୍ରଦାନ କରିଥିଲେ । ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ସତ୍ୟସ୍ୱରୂପ କର ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ସଦସ୍ୟମାନେ ସଭାପତି ରୁଦ୍ରାନ୍ତ କୁମାର ଦଳେଇ, ଉପସଭାପତି ସ୍ୱରୂପାନନ୍ଦ ଦାସ, ଉପଦେଷ୍ଟା ସଂଗ୍ରାମ କେଶରୀ ପାଣି, ସଦାଶିବ ମହାପାତ୍ର, ସାଧାରଣ ସଂପାଦକ ସାଗିର୍ ମହମ୍ମଦ, ସହ-ସମ୍ପାଦକ ରଞ୍ଜନ କୁମାର ନାଏକ, କୃଷ୍ଣଚନ୍ଦ୍ର ରାଉତ, ଚିତରଞ୍ଜନ ସାହୁ, ପ୍ରଦୀପ ସାହୁ, ବଳରାମ ଭଟ୍ଟ, ରିହୋଜ୍ ଖାନ୍‌, କୈଳାସ ସେଠୀ, କାହ୍ନୁ ଦଳେଇ ପ୍ରମୁଖ ନିଜ ନିଜର ସୁମତାମତ ପ୍ରଦାନ କରିଥିଲେ ।

ଗତବର୍ଷ ଭଜନ ସମାରୋହକୁ ସଫଳ କରିବାରେ ସାହାଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ଏବଂ ଏହି ବର୍ଷ ଢେଙ୍କାନାଳର ପ୍ରତ୍ୟେକ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ନିଜ ସହଯୋଗର ହାତ ବଢାଇ ଭଜନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରାଗଲା । ଶେଷରେ ସଭ୍ୟ ଆଡ୍‌ଭୋକେଟ୍ ଟଙ୍କଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen + six =