ସାବିତ୍ରୀରେ ଆସିଲେନି ପତ୍ନୀ : ଆତ୍ମ ହତ୍ୟା କରିଲେ ସ୍ୱାମୀ !

ଢେଙ୍କାନାଳ : ପତ୍ନୀର ଚିରିତ୍ରକୁ ନେଇ ପତି ପତ୍ନୀ ମଧ୍ୟରେ ମତଭେଦ ଯୋଗୁ ଘଟିଛି ଅଭାବନୀୟ ଘଟଣା । ଏପରିକି ସାବିତ୍ରୀ ବ୍ରତରେ ନିଜର ସ୍ୱାମୀର ଦୀର୍ଘ ଜୀବନ କାମନାରେ ବ୍ରତ କରୁଥିବା ବେଳେ ଏହି ବ୍ରତ ପାଇଁ ସ୍ୱାମୀ ସୁଦୂର ଦୁବାଇରୁ ଘରକୁ ଫେରିଥିଲେ ।

ମାତ୍ର ନିଜ ବାପଘରକୁ ଯାଇଥିବା ପତ୍ନୀ କିନ୍ତୁ ଶାଶୁଘରକୁ ଫେରିନଥିଲେ । ଆଉ ପତ୍ନୀର ଏପରି କାର୍ଯ୍ୟକଳାପ ତାଙ୍କ ଚରିତ୍ର ଉପରେ ସନ୍ଦେହ ଦୃଢିଭୂତ ଯୋଗୁ ଶେଷରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି ଜଣେ ସ୍ୱାମୀ ।

ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ । ମୃତକ ଜଣଙ୍କ ସରଖିଆ ଗ୍ରାମର କାମଦେବ ଷଣ୍ଢ । ସେ ଦୁବାଇରେ ରହି କାମ କରନ୍ତି । ତେବେ ତାଙ୍କ ପତ୍ନୀ ଜନୈକ ଯୁବକଙ୍କ ସହ ଘନିଷ୍ଠ ସମ୍ପର୍କକୁ ନେଇ ପତ୍ନୀର ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ ।

ଫଳରେ ଉଭୟଙ୍କ ସମ୍ପର୍କରେ ତିକ୍ତତା ରହିଥିଲା । ଏହାକୁ ନେଇ ମଧ୍ୟ ଗ୍ରାମ ସଭାରେ କଥା ପଡିଥିଲା । ଏହା ପରେ ପତ୍ନୀ ନିଜ ବାପା ଘରକୁ ପଳାଇ ଯାଇଥିଲେ । ତେବେ ସାବିତ୍ରୀ ଅମାବାସ୍ୟା ପାଇଁ ଗତ କିଛିଦିନ ହେଲା କାମଦେବ ନିଜ ଗାଁକୁ ଫେରିଥିଲେ ମଧ୍ୟ ପତ୍ନୀ ବାପଘରକୁ ଯାଇ ଆଉ ଶାଶୁଘରକୁ ଫେରିଲେ ନାହିଁ ।

ଫଳରେ ରାତିରେ କାମଦେବ ତାଙ୍କ ଘର ବାହାରପଟୁ ବନ୍ଦ କରି ବାଡି ପାଖରେ ଥିବା ଏକ ଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ସଦର ଥାନା ପୋଲିସ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

one × five =