ପ୍ରଜାପିତା ବ୍ରହ୍ନାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଢେଙ୍କାନାଳ ଶାଖା ତରଫରୁ ଆତ୍ମନିର୍ଭର କୃଷକ ଅଭିଯାନକୁ ଗ୍ରାମାଞ୍ଚଳରେ ବିପୁଳ ସମର୍ଥନ !

ଢେଙ୍କାନାଳ : ପ୍ରଜାପିତା ବ୍ରହ୍ନାକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଢେଙ୍କାନାଳ ଶାଖା ତରଫରୁ ଜିଲ୍ଲାରେ ଚାଲିଥିବା ଆତ୍ମନିର୍ଭର କୃଷକ ଅଭିଯାନକୁ ଜିଲ୍ଲାରେ ବିଭିନ୍ନ ଗ୍ରାମରେ ବିପୁଳ ସମର୍ଥନ ମିଳୁଛି ।

ଏହି ଜାତୀୟ ଅଭିଯାନ ସାରା ଭାରତରେ କୃଷକମାନଙ୍କୁ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ସଦର ମହକୁମାରେ ଚଳିତ ମାସ ୨୨ ତାରିଖରେ ଗୋପବନ୍ଧୁ ଟାଉନ ହଲରେ ଏହାର ଉଦଘାଟନ ହୋଇଥିଲା । ଓଡାପଡା , କଙ୍କଡାହାଡ, ସଦର , ହିନ୍ଦୋଳ ଏବଂ ଗଁଦିଆ ବ୍ଳକର ବିଭିନ୍ନ ଗ୍ରାମରେ କୃଷକମାନେ ଓ ଜନସାଧାରଣ ବିପୁଳଭାବେ ସମର୍ଥନ କରୁଛନ୍ତି ।

ଅଭିଯାନ ସମୟରେ କୃଷକମାନଙ୍କ ସହ ଆଲୋଚନା ଚକ୍ର, ସଭା, କର୍ମଶାଳା , ରାଲି ଆଦି ଆୟୋଜିତ ହୋଇଛି । କୃଷି କାର୍ଯ୍ୟରେ ରାସାୟନିକ ସାର ପ୍ରୟୋଗ ଦ୍ୱାରା ମାଟିର ଉର୍ବରତା ନଷ୍ଟ ହେବା ସଙ୍ଗେ ସଙ୍ଗେ ଉତ୍ପାଦିତ ଖାଦ୍ୟ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡୁଛି । ଫଳରେ ରୋଗରେ ପୀଡିତ ହୋଇ ସ୍ୱାସ୍ଥ୍ୟହୀନ ହେବା ସଙ୍ଗେ ସଙ୍ଗେ ଅର୍ଥନୈତିକ ସଙ୍କଟ ସୃଷ୍ଟି ହେଉଛି ।

ଏଥିପାଇଁ ପ୍ରାକୃତିକ ଉପାୟରେ କୃଷିକାର୍ଯ୍ୟ ସହ ଯୈାଗିକ କୃଷି ବିଷୟରେ ସଚେତନ କରାଇବା ଏହାର ଲକ୍ଷ୍ୟ ବୋଲି ମୁଖ୍ୟ ସଂଚାଳିକା ବି.କେ.ଉଷା ସୂଚନା ଦେଇଛନ୍ତି । ଜୈବିକ କ୍ଷତି ପ୍ରାକୃତିକ ପ୍ରଣାଳୀରେ କୃଷି କାର୍ଯ୍ୟ ବିଷୟରେ ଏହି ଆତ୍ମନିର୍ଭର କୃଷକ ଅଭିଯାନ ଚାଲିଛି । ଏହା ସହ ଆଧ୍ୟାତ୍ମିକ ଚେତନାର ବୃଦ୍ଧି ଆବଶ୍ୟକ । କୃଷକମାନେ ବୌଦ୍ଧିକଭାବେ ତଥା ଆଧ୍ୟାତ୍ମିକ ସ୍ତରରେ ସଚେତନ ହେଲେ ଦେଶରେ କୃଷକ ଆତ୍ମହତ୍ୟାକୁ ରୋକାଯାଇ ପାରିବ ।

ଆମେ ସମସ୍ତେ କୃଷକମାନଙ୍କୁ ସମ୍ମାନ ଦେବା ସହ ପ୍ରାକୃତିକ ପ୍ରଣାଳୀରେ କୃଷି ଓ ଜୈବକ୍ଷତିକୁ ସମର୍ଥନ କରିବା ଆବଶ୍ୟକ । ବ୍ରହ୍ମାକୁମାରୀ ସଂସ୍ଥା ତରଫରୁ ଏହି କୃଷକ ଅଭିଯାନକୁ ପ୍ରତି ଗ୍ରାମରେ ଅଭିଯାନର ଉଦେଶ୍ୟ,ଲକ୍ଷ୍ୟ ଓ ମିଶନ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ କରାଇ ଚାଷୀମାନଙ୍କୁ ସଚେତନ କରାଯାଉଛି । ଏହି ଅଭିଯାନ ଟିମରେ ତାଲିମ୍ ପ୍ରାପ୍ତ ଭାଇ, ଭଉଣୀ ଓ ଭଲାଂଟିୟର ମାନେ ସଚେତନା ରଥରେ ରହି ଯୈାଗିକ କୃଷି ସମ୍ପର୍କରେ ସୂଚନା ପ୍ରଦାନ କରୁଛନ୍ତି । ଏହି ଅଭିଯାନକୁ ବିପୁଳ ସମର୍ଥନ ମିଳୁଛି ।

Leave A Reply

Your email address will not be published.

12 − one =