ଆମେଚର ତାଇକୋଣ୍ଡୋ ପକ୍ଷରୁ ୮ମ ଗ୍ରୀଷ୍ମକାଳୀନ ନିଶୁକ୍ଳ ଶିବିର ଉଦଯାପିତ !

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଗୁରୁଦେବଜୀ ଗୁରୁକୁଳ ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସହରର ତହସିଲ କାର୍ଯ୍ୟାଳୟ ସମ୍ମୁଖ ସ୍ପୋର୍ଟ କମ୍ପେ୍ଲକ୍ସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ୮ ଦିନିଆ ନିଶୁଳ୍କ ଗ୍ରୀଷ୍ମକାଳୀନ ଶିବିର ଓ ମହିଳା ଆତ୍ମରକ୍ଷା କର୍ମଶାଳା ଉଦଯାପିତ ହୋଇଯାଇଛି ।

ଏହି ଶିବିରରେ ଆତ୍ମରକ୍ଷା କୌଶଳ ସହ ସାମରିକ କଳା, ଯୋଗ, ଚିତ୍ରାଙ୍କନ, ଆର୍ଟ ଆଣ୍ଡ କ୍ରାଫ୍ଟ, ସଙ୍ଗୀତ, ନୃତ୍ୟ, ଅଭିନୟ, ମ୍ୟାଜିକ, ଜୀବନ ଶୈଳୀ ଓ ଆଧୁନିକ ଯୁଗରେ ଶିକ୍ଷା ଓ ସଂସ୍କାରର ଉପଯୋଗିତା ଇତ୍ୟାଦି ଶିକ୍ଷା ବିଭିନ୍ନ ଏକ୍ସପର୍ଟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା, ଏକ୍ସପର୍ଟ ମାନେ ହେଲେ ବରିଷ୍ଠ ଚିତ୍ରଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ସଂଗୀତ ଗୁରୁ ଗଣେଶ ମିଶ୍ର, ଯୋଗଗୁରୁ ପ୍ରଳୟ ଦାସ, ପ୍ରଶିକ୍ଷିକା ସସ୍ମିତା ମାଝୀ, ନୃତ୍ୟଗୁରୁ ଶିବ ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ଶିକ୍ଷା ପ୍ରଦାନ କରିଥିଲେ ।

ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଅନୁଷ୍ଠାନ ଓ ଶିବିରର ଆଭିମୁଖ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ସହ ଉକ୍ତ ଶିବିରରେ ପ୍ରଶିକ୍ଷାର୍ଥୀମାନଙ୍କର ମାନସିକ ଓ ଶାରୀରିକ ଦକ୍ଷତା ବିକାଶ ହୋଇପାରିଛି ବୋଲି ମତପ୍ରକାଶ କରିଥିଲେ । ଏହି ଶିବିରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କ ଦ୍ୱାରା କୃତିତ୍ୱ ହାସଲ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ଶିବିରର ଅନ୍ତିମ ଦିବସ ତଥା ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦର ସଭାପତି ଅର୍ଚ୍ଚନା ପୁହାଣ ଯୋଗ ଦେଇ ଏହି ଗୁରୁକୁଳର ଲକ୍ଷ୍ୟ ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଏହି ଭଳି କ୍ରୀଡ଼ା, କଳା ଓ ସଂସ୍କୃତିର ଉର୍ଣ୍ଣତି ନିମନ୍ତେ ସେବାକୁ ବ୍ରତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ ଉପସ୍ଥିତ ରହି ଶିଶୁ ଅଧିକାର ଓ ସୁରକ୍ଷାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ ।

ସେହିପରି ଯୋରନ୍ଦା ଗ୍ରାମପଞ୍ଚାୟତର ସରପଞ୍ଚ ଆରତୀ ନାୟକ ଓ ଅନୁଷ୍ଠାନର ଉପଦେଷ୍ଟା ଦୀପ୍ତିବାଳା ମିଶ୍ର ଓ ସମାଜସେବୀ ରାମଚନ୍ଦ୍ର ପାତ୍ର ଯୋଗଦେଇ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଦେବା ସହ ଉପସ୍ଥିତ ୬୦ ପ୍ରଶିକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଏହି ଶିବିରରେ ସାମିଲ ହୋଇଥିବାରୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଏହି ଭଳି ସହଯୋଗ କରିଲେ ନିଶ୍ଚୟ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଶିବିର ଆୟୋଜନ କରିବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଶକ୍ତିବାହିନୀର ସମ୍ପାଦିକା ସୁଶ୍ରୀ ସିବାନୀ ସାମଲ ପରିଚାଳନା କରିଥିବାବେଳେ ଗୁରୁଦେବଜୀ ଫାଉଣ୍ଡେସନର ସଦସ୍ୟ ଆଶୁତୋଷ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରକୁ ସଫଳ କରିବା ନିମନ୍ତେ ପ୍ରଶିକ୍ଷକ ଡାର୍ଲିନ ଡାଲଟନ, ଇନ୍ଦ୍ରଜିତ ସାହୁ, ପ୍ରତାପ ନାୟକ, ରବିନ୍ଦ୍ର ପରିଡ଼ା, ଗୁରୁକୁଳର ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରମୂଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

sixteen + twelve =