****ଯାତନା ନଗରୀ****

ଲକ୍ଷେ ପ୍ରଜାଙ୍କ ସ୍ବେଦ ଆଉ ରକ୍ତେ
ଗଢ଼ା ଏଇ କାଳ କୋଠି,
ଯନ୍ତ୍ରଣା ଖାଲି ଜନତା ପାଇନି
ଜନ୍ତୁ ବି ପାଇଛି ଏଠି ।।


ମଣିଷ କାନ୍ଦିଛି
ହାତୀ ବି କାନ୍ଦିଛି
ଯାତନା ନଗରୀ ତୋଳିଦେବା ପାଇଁ
ଅଶୀତି ଖଟିଛି ବେଠି ।।

କଳଙ୍କିତ ଏଇ ଜୀର୍ଣ୍ଣ କୋଠା ଟି
ଶଇଳ ଶିଖରେ ରହି,
ବେଠି ବେଗାରୀ ର ଇତିହାସ ଯାଏ
ଉତ୍ତର ପୀଢ଼ି ଙ୍କୁ କହି ।।

କଙ୍କାଳେ ତାର ରକ୍ତ ର ଛିଟା
ଏବେ ବି ଦେଖୁଛି ଆଖି,
କି ସୁଖ ପାଇଛ
ପଟ୍ଟାୟତ ତୁମେ
ଢେଙ୍କାନାଳ ଗଡ଼ ସାକ୍ଷୀ ।।


ଲୁହ ଲହୁ ଶୋଷି ସଉଧ ଗଢ଼ିଲ
ସମାଧି ହେଲା ସେ
କଳା କାହାଣୀ କୁ ଲେଖି ।।

ପ୍ରକାଶ ଚନ୍ଦ୍ର ରାଉତ (ଆଇନଜୀବୀ )
ସମ୍ପାଦକ, ଢେଙ୍କାନାଳ ଥିଙ୍କର୍ସ ଫୋରମ

Leave A Reply

Your email address will not be published.

four × 5 =