ପ୍ରଧାନମନ୍ତ୍ରୀ ମୋଦିଙ୍କ ୮ବର୍ଷ ପୂର୍ତ୍ତୀ ପାଳନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଭାରତୀୟ ଜନତା ପାର୍ଟିର ସର୍ବଶ୍ରେଷ୍ଠ ଜନପ୍ରିୟ ନେତା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାର ୮ବର୍ଷ ପୂର୍ତୀକୁ ଦଳ ଆସନ୍ତା ଜୁନ୍ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରିବ ।

ମୋଦିଙ୍କ ୮ବର୍ଷ ଶାସନ କାଳରେ ତାଙ୍କଦ୍ୱାରା ପ୍ରଣୟନ କରାଯାଇଥିବା ସମସ୍ତ ଜନହୀତକର ଯୋଜନା, ସେବା ଓ ଐତିହାସିକ ନିଷ୍ପତି ଗୁଡିକ ବାବଦରେ ଜନସାଧାରଣଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀ ରେ ଗତ ଗୁରୁବାର ଦିନ ସ୍ଥାନୀୟ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଉପସଭାନେତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ପ୍ରଭାତୀ ପରିଡା ଏହି ବୈଠକରେ ଯୋଗଦେଇ କହିଲେ କି, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ବରପୁତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମ ରାଜ୍ୟ ତଥା ଜିଲ୍ଲାର ବିକାଶ ପାଇଁ ବିଭିନ୍ନ କେନ୍ଦ୍ରୀୟ ମାଧ୍ୟମରେ ପ୍ରଚୁର ଅର୍ଥ ଯୋଗାଇଦେଉଥିବା ସ୍ଥଳେ ରାଜ୍ୟ ସରକାର କେନ୍ଦ୍ର ସରକାର ଯୋଜନାଗୁଡିକୁ ନିଜର ଯୋଜନା କହି ପ୍ରଚାର ଓ ପ୍ରସାର କରି ଜନସାଧାରଣଙ୍କୁ ବିଭ୍ରାନ୍ତିକର କରୁଛି ।

ଏଣୁ ଆସନ୍ତା ଜୁନ୍ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ସାଧାରଣସଭା ସମିତି, ବୁଦ୍ଧିଜୀବୀ ସମ୍ମିଳନୀ, ରାଲି, ଘରକୁ ଘର ବୁଲି ଲିଫ୍‌ଲେଟ୍ ବାଂଟିବା ମାଧ୍ୟମରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ଜନହୀତକର ଯୋଜନା ବାବଦରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଶତୃଘନ ଜେନା, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ନିରୋଜ ନଳିନୀ ମହାଳିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରତୀକାନ୍ତ ସାହୁ, ରାସବିହାରୀ ବେହେରା, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଇତିଶ୍ରୀ ସାହୁ, ଭାରତୀ ସ୍ୱାଇଁ, ଯଶସ୍ୱିନୀ ରାଉତ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ କୁମାର ଗୋଚ୍ଛାୟତ, କମଳିନୀ ମହାନ୍ତି, ସତ୍ୟରଞ୍ଜନ ଭୂୟାଁ, ପ୍ରମୋଦ ନନ୍ଦ, ଦମୟନ୍ତୀ ପାଣି, ନିରୋଦ କୁମାର ସାହୁଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × three =