ପାନୀୟ ଜଳ ସମସ୍ୟାକୁ ନେଇ ସଦର ବ୍ଳକର ସ୍ୱତନ୍ତ୍ର ବୈଠକ !

ଢେଙ୍କାନାଳ : ସଦର ବ୍ଳକ ସଭାଗୃହ ଠାରେ ସଦର ବ୍ଳକ ଅଞ୍ଚଳର ପାନୀୟ ଜଳ ସମସ୍ୟାକୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ସରକାରଙ୍କ ଦ୍ୱାରା ପାନୀୟ ଜଳ ସମସ୍ୟକୁ ନେଇ ପ୍ରସ୍ତୁତ କରିଥିବା ଯୋଜନା ଗୁଡିକ ସଠିକ ବ୍ୟବସ୍ଥା ଭିତରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହା ବ୍ୟତୀତ ବିଭିନ୍ନ ପଞ୍ଚାୟତରେ ଜଳ ପରିମଳ କମିଟି ଗଠନ କରି ଚୋରା ସଂଯୋଗକୁ ରୋକିବା ଆବଶ୍ୟକ ବୋଲି କହିବା ସହିତ ୭ ଦିନ ଭିତରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଅଧିକାରୀ ମାନେ ପଞ୍ଚାୟତ ପରିଦର୍ଶନ କରି ସରପଞ୍ଚ ଓ ସମିତି ସଭ୍ୟଙ୍କ ସହାୟତାରେ ପାନୀୟ ଜଳ ପାଇଁ ସଂଯୋଗ କରାଯାଇଥିବା ପାଇପ୍‌, ଟ୍ୟାପ ଏବଂ ଅନ୍ୟାନ୍ୟ ଅସୁବିଧା ଗୁଡିକ ତର୍ଜମା କରି ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ବର୍ତମାନ ସମୟରେ ପାନୀୟ ଜଳ ଯୋଗାଣ ପାଇଁ କଣ କଣ କାର୍ଯ୍ୟ କରିପାରିଛେ ଏବଂ ସଭ୍ୟ/ ସଭ୍ୟାମାନେ ଏ ଦିଗରେ ପ୍ରାଥମିକତା ଭାବରେ ପ୍ରସ୍ତାବ ଦେଲେ ତାହାର ସମାଧାନ କରିବା ପାଇଁ ଚିନ୍ତା କରାଯାଇ ପାରିବ ବୋଲି ମତ ଦେଇଥିଲେ । ସଦର ବ୍ଳକ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ସଦର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାର ସୁଧୀର କୁମାର ନାୟକ ଅଂଶ ଗ୍ରହଣ କରି ପଞ୍ଚାୟତର ପାନୀୟ ଜଳ ଯୋଗାଣରେ ଉପୁଜିଥିବା ସମସ୍ୟା ଗୁଡିକୁ ବ୍ୟବସ୍ଥା ଭିତରେ ସୁଧାରିବା ପାଇଁ କାର୍ଯ୍ୟ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ ।

ଏହି ସ୍ୱତନ୍ତ୍ର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝାଡେଶ୍ୱର ଦାଶ, ଜିଲ୍ଲା ପରିଷଦ ସଭ୍ୟ / ସଭ୍ୟା, ସଦର ବ୍ଳକ ସହକାରୀ ଯନ୍ତ୍ରୀ ଶ୍ରୀମନ୍ତ ଆଚାର୍ଯ୍ୟ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅମିତ ସେଠୀ, ବିଭାଗର ଓ ସଦର ବ୍ଳକର କନିଷ୍ଠ ଯନ୍ତ୍ରୀ ଏବଂ ସମସ୍ତ ସରପଞ୍ଚ,ସମିତି ସଭ୍ୟ,ସଭ୍ୟାମାନେ ଉପସ୍ଥିତ ରହି ପାନୀୟ ଜଳ ଯୋଗାଣ ଉପରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

three × 2 =