ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳର ‘ଗ୍ରୀଷ୍ମ ପର୍ବ-୨୦୨୨’ ଅନୁଷ୍ଠିତ !

ଢେଙ୍କାନାଳ : ଦିଲ୍ଲୀ ପବ୍ଲିକ ସ୍କୁଲ ଢେଙ୍କାନାଳ ପରିସରରେ ‘ଗ୍ରୀଷ୍ମ ପର୍ବ-୨୦୨୨’ର ଦ୍ୱିତୀୟ ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।

ବାହ୍ୟ ପ୍ରଶିକ୍ଷକ ଅଭଜିତ ସାର୍ (କ୍ରିକେଟ), ପ୍ରଳୟ କୁମାର ଦାଶ (ଯୋଗ), ସୌମ୍ୟରଞ୍ଜନ ସାହୁ (ଟାଣକୋଣ୍ଡ), ପ୍ରମୋଦ କୁମାର ସିଂହ (ବ୍ୟାଡମିଣ୍ଟନ) ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ମିଳିତ ସହଯୋଗରେ ପିଲାମାନଙ୍କୁ ବିଭିନ୍ନ ଖେଳର ନିୟମ, ପ୍ରଣାଳୀ ଆଦି ଶିକ୍ଷା ଦିଆଯାଇଛି । ନୃତ୍ୟ, ସଙ୍ଗୀତ, ଚିତ୍ରକଳା,ଏରୋବିକ,ଚେସ୍‌, ଟେବୁଲ ଟେନିସ ଆଦି କ୍ରିୟାକଳାପରେ ମଧ୍ୟ ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ଉତ୍ସାହିତ କରାଯାଉଛି ।

ବିଦ୍ୟାଳୟ ସମେତ ଢେଙ୍କାନାଳ ସହରର ବିଭିନ୍ନ ବିଦ୍ୟାଳୟ ତଥା ଜାଭିୟର,ମଣ୍ଟ ଫର୍ଟ ଓ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ ନିମନ୍ତ୍ରିତ କରିଥିଲେ । ବିଦ୍ୟାଳୟର ପ୍ରୋ.ଭାଇସ ଚେୟାରମ୍ୟାନଙ୍କ ତତ୍ୱାବଧାନରେ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହାୟତାରେ ଆସନ୍ତା ଜୁନ ୪ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ।

Leave A Reply

Your email address will not be published.

3 × two =