ଢେଙ୍କାନାଳ : ସହରର କୈବଲ୍ୟ ବଜାର ଠାରେ ଅବସ୍ଥାପିତ ଦୈନିକ କୃଷକ ବଜାର ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ ହୋଇଅଛି ।
ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଓ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ । ଚାମ୍ବର ଅଫ୍ କମର୍ସ ଓ ଶିଳ୍ପ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ବିନୋଦ ଅଗ୍ରୱାଲାଙ୍କ ଦ୍ୱାରା ପ୍ରଦତ ଓ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ଦ୍ୱାରା ପରିଚାଳିତ ଏହି ପ୍ରକଳ୍ପଟି କୃଷକ ବଜାରକୁ ଆସୁଥିବା ବ୍ୟବସାୟୀ, ଜନସାଧାରଣ ଓ ପଥଚାରୀମାନଙ୍କ ତୃଷ୍ଣା ମେଣ୍ଟାଇଥା ରେ ସହାୟକ ହେବ ।
ଏହି ଶୁଭ ଉଦ୍ଘାଟନୀ ଉତ୍ସବରେ ପ୍ରକଳ୍ପ ପ୍ରଦାନକାରୀ ଚାମ୍ବର ଅଫ୍ କମର୍ସର କାର୍ଯ୍ୟକାରୀ ସଭାପତି ବିନୋଦ ଅଗ୍ରୱାଲା, ଉପସଭାପତି ମହେଶ ଅଗ୍ରୱାଲା, ପୌରପରିଷଦ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ୱାର୍ଡ ନଂ-୬ର କାଉନ୍ସିଲର ସନ୍ଦୀପ ଷଡଙ୍ଗୀ ଓ ପୌରପରିଷଦର ଅନ୍ୟ କାଉନ୍ସିଲରମାନେ ଉପସ୍ଥିତ ଥିଲେ ।
ବଜରଙ୍ଗ କ୍ଲବ୍ର ବଜରଙ୍ଗ କ୍ଲବ୍ର ସମ୍ପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରିବ୍ରତ ସାସ୍ମଲ, ବରିଷ୍ଠ ସଭ୍ୟ ସୁବ୍ରତ ଦାସ, ସନ୍ଦୀପ ହିନ୍ଦୋଚା, ଦେବାଶିଷ ଦାସ, ସୁରେନ୍ଦ୍ର ବେହେରା, ଫଟି ସାମଲ, ରାଜେସ୍ ବେହେରା, ରୋଜେସ୍ ପରିଡା, ବିଭୁ ପ୍ରସାଦ ମହାପାତ୍ର, ସ୍ମାରକ ରଞ୍ଜନ ଦାସ, ଦେବାଶିଷ ନାୟକ, କୃଷ୍ଣଚନ୍ଦ୍ର ନାୟକ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।
ଦୀର୍ଘ ଦିନରୁ ଆବଶ୍ୟକତା ଥିବା ଏହି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ହେବା ଦ୍ୱାରା ବ୍ୟବସାୟୀ, ଜନସାଧାରଣ ଓ ପଥଚାରୀ ଆନନ୍ଦିତ ହେବା ସହ ଖୁସିବ୍ୟକ୍ତ କରୁଛନ୍ତି ।