ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆତ୍ମନିର୍ଭର କୃଷକ ଅଭିଯାନ-୨୦୨୨ ଉଦଘାଟିତ !

ଢେଙ୍କାନାଳ : ସ୍ୱାଧୀନତାର ୭୫ ତମ ବର୍ଷ ଅମୃତ ମହୋତ୍ସବ ପାଳନ ଅବସରରେ ରାଜଯୋଗ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଅନ୍ତର୍ଗତ କୃଷି ଓ ଗ୍ରାମ ବିକାଶ ପ୍ରଭାଗ, ମାଉଣ୍ଟ ଆବୁ ଏବଂ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଢେଙ୍କାନାଳ ଶାଖାର ମିଳିତ ସହଯୋଗରେ ‘ଆତ୍ମନିର୍ଭର କୃଷକ ଅଭିଯାନ-୨୦୨୨’ର ଗତକାଲି ସନ୍ଧ୍ୟାରେ ଗୋପବନ୍ଧୁ ଟାଉନ ହଲ ଠାରେ ଉଦଘାଟିତ ହୋଇଯାଇଛି ।

ରାଜଯୋଗିନୀ ବ୍ରହ୍ମାକୁମାରୀ ସାରଳା ଦିଦି,ଅଧ୍ୟକ୍ଷା କୃଷି ଓ ଗ୍ରମ ବିକାଶ ପ୍ରଭାଗ ମାଉଣ୍ଟ ଆବୁ ମୁଖ୍ୟ ବକ୍ତା ଭାବେ ଉଦବୋଧନ ଦେଇ କହିଲେ ଯେ କୃଷକମାନେ ଏବେ ସଶକ୍ତ ହେବାର ସମୟ ଆସିଛି । କୃଷକମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ସଚେତନ ହେବାକୁ ପଡିବ । ଗ୍ରାମୀଣ ଜୀବନରେ ନୈତିକ ମୁଲ୍ୟବୋଧକୁ ଜାଗ୍ରତ କରି ସଂସ୍କାର ଶୁଦ୍ଧିକରଣ ଦ୍ୱାରା କୃଷକକୁ ସଶକ୍ତ ତଥା ସମୃଦ୍ଧ କରିବା ଏହି ଅଭିଯାନର ଉଦେଶ୍ୟ ।

ରାସାୟନିକ କୃଷିର ଦୁଷ୍ପରିମାଣରୁ କୃଷକକୁ ମୁକ୍ତ କରିବା ପାଇଁ ବିଜେ ସାରଳା ଗୁରୁତ୍ୱ ଦେଇଥିଲେ । ସେହିପରି ସାଂସଦ ମହେଶ ସାହୁ ଶାଶ୍ୱତ କୃଷି ଓ ପ୍ରାକୃତିକ କୃଷି ପଦ୍ଧତିକୁ ବିକଶିତ କରିବା ତଥା ଗୋପାଳନ କରି ଚାଷ ଜମିରେ ଗୋବର ପ୍ରୟୋଗ କରିବା ବିଷୟରେ ଉପସ୍ଥାପନ କରିଥିଲେ । ରାସାୟନିକ ସାର ବିଷୟରେ କୃଷକ ମାନଙ୍କୁ ଉତ୍ସାହ ନକରି ଗୋପାଳନ ବିଷୟରେ ଗୁରୁତ୍ୱ ଦେଲେ ଚାଷ ସହ ଚାଷୀମାନଙ୍କର ଅର୍ଥନୈତିକ ମାନଦଣ୍ଡ ବୃଦ୍ଧି ହୋଇପାରିବ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଉପସ୍ଥାପନ କରି କହିଲେ ଯେ ରାସାୟନିକ ସାର ପ୍ରୟୋଗ ହେବା ଦ୍ୱାରା ଖାଦ୍ୟର ସ୍ୱାଦ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି । ତେଣୁ କୃଷକମାନଙ୍କୁ ପ୍ରାକୃତିକ କୃଷି ପଦ୍ଧତି ବିଷୟରେ ପୁନର୍ବାର ସଚେତନ କରିବାକୁ ପଡିବ । ଢେଙ୍କାନାଳ ବ୍ରହ୍ମାକୁମାରୀ ଶାଖାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଉଷା ଓ କଟକ ଜୋନର ଅତିରିକ୍ତ ନିର୍ଦ୍ଦେଶକ ବ୍ରହ୍ମାକୁମାରୀ ସୁଲୋଚନ ଏହି ଅଭିଯାନର ଉଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଢେଙ୍କାନାଳ ମୁନିସିପାଲିଟିର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ଆତ୍ମନିର୍ଭର କୃଷକ ଅଭିଯାନର ରାଲି ଓ ରଥକୁ ମିନି ଷ୍ଟାଡିୟମ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ତା.୨୩.୫.୨୦୨୨ ରିଖରୁ ତା ୩୧.୫.୨୦୨୨ ରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜିଲ୍ଲାର ହିନ୍ଦୋଳ, ଓଡାପଡା, ଗଁଦିଆ, ସଦର ଓ କଙ୍କଡାହାଡ ବ୍ଳକରେ ପରିକ୍ରମା କରି ଗ୍ରାମାଞ୍ଚଳର କୃଷକମାନଙ୍କୁ ଜୈବିକ କୃଷି ସହିତ ଯୈାଗିକ କୃଷି ସମ୍ପର୍କରେ ଅବଗତ କରାଇବେ । ଅଭିଯାନ ସମୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, କୃଷି ବୈଜ୍ଞାନିକମାନଙ୍କ ସହ ଆଲୋଚନା ଚକ୍ର, ପରିବେଶ ସଚେତନତାତଥା ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସ୍ଥିର ହୋଇଛି । ମାନବ ଜୀବନରେ ନୈତିକ ମୁଲ୍ୟବୋଧକୁ ଜାଗ୍ରତ କରି ସ୍ୱଚ୍ଛତା,ନିଶାନିବାରଣ, ପାରିବାରିକ ଶାନ୍ତି ପାଇଁ ଜନ ସଚେତନତା ସୃଷ୍ଟି କରିବେ ।

Leave A Reply

Your email address will not be published.

five × two =