ଭୁବନ ବ୍ଳକରେ ଆମ୍ ଆଦମୀ ପାର୍ଟିର ମିଶ୍ରଣ ପର୍ବ ଏବଂ ସାଙ୍ଗଠନିକ ବୈଠକ !

ଢେଙ୍କାନାଳ : ନୂଆ ଭୁବନ ଶିବ ମନ୍ଦିର ଠାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ବରିଷ୍ଠ ସଦସ୍ୟ ଅଶୋକ ଜେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଭୁବନ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଅନେକ ଯୁବକ ଆପ୍‌ର କାର୍ଯ୍ୟ ଶୈଳୀ ଓ ଦିଲ୍ଲୀ ମୋଡେଲ ଉପରେ ବିଶ୍ୱାସ କରି ଦଳରେ ଯୋଗ ଦେଇଥିଲେ । ଜିଲ୍ଲା ଆବାହକ ପଙ୍କଜ ନାୟକ ଯୋଗେଦଇ ନୂଆ ଲୋକମାନଙ୍କୁ ଦଳରେ ସାମିଲ କରାଇ ଦଳର ନୀତି ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଜିଲ୍ଲାରେ ଚାଲିଥିବା ଦୁଇଶହ ୟୁନିଟ ବିଜୁଳି ଦେୟ ମୁକ୍ତ କରିବା ପାଇଁ ଦସ୍ତଖତ ଅଭିଯାନର ସମୀକ୍ଷା କରିଥିଲେ ।

ଗଁଦିଆ ବ୍ଳକ ଆବାହକ ସୌମ୍ୟରଞ୍ଜନ ବେହେରା ଯୋଗଦେଇ ପ୍ରତ୍ୟେକ ପଞ୍ଚାୟତରେ ସଂଗଠନ କରିବା ଏବଂ ଗାଁ ଗାଁରେ ବିଜୁଳି ଆନ୍ଦୋଳନ ଦସ୍ତଖତ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ସର୍ବସମ୍ମତି କ୍ରମେ ଇଂ.ଶୈଳେଶ ପାତ୍ରଙ୍କୁ ବ୍ଲକର ଯୁବ ନେତୃତ୍ୱ ପ୍ରଦାନ କରାଯାଇଛି । ବ୍ଳକର ପ୍ରତ୍ୟେକ ଗାଁର କର୍ମୀମାନଙ୍କ ପାଖରେ ଦସ୍ତଖତ ଫର୍ମ ପହଁଚାଇବା ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ମଧୁସୁଦନ ମଲିକ, ରାକେଶ ସାହୁ, ଜଗନ ଆଚ୍ଚାର୍ଯ୍ୟ, ପ୍ରଦୋଷ କୁମାର ରାଉତ, ଜଳଧର ମଲିକ, କୃଷ୍ଣଚନ୍ଦ୍ର ମଲ୍‌ିକ ପ୍ରମୁଖ ଦାୟିତ୍ୱ ନେଇଥିବା ବେଳେ ଭୁବନ ବିଜ୍ଞାପିତ ଅଂଚଳ ପରିଷଦର ପ୍ରାର୍ଥୀ ମହେଶ୍ୱର ସାହୁ ଏବଂ କାଉନସିଲର ପ୍ରାର୍ଥୀ ଅଶୋକ ସାହୁ, ସଞ୍ଜୟ କୁମାର ସାହୁ, ବିଶ୍ୱନାଥ ବାବା ପ୍ରମୂଖ ବଜାର ଅଂଚଳରେ ଦସ୍ତଖତ କରାଇବା ଦାୟିତ୍ୱ ନେଇଥିଲେ । ଶେଷରେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × 2 =