ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ଓ ରୋଲ ପ୍ଲେ ପ୍ରତିଯୋଗିତା -୨୦୨୨ ଅନୁଷ୍ଠିତ !

ଢେଙ୍କାନାଳ: ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସଭାଗୃହରେ ଦିବା ୧୦ ଘଟିକା ସମୟରେ କୋଭିଡ-୧୯ ନିୟମାବଳୀ ସବୁକୁ ଅନୁପାଳନ କରି ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଲୋକ ନୃତ୍ୟ ଓ ରୋଲ ପ୍ଲେ ପ୍ରତିଯୋଗିତା -୨୦୨୨ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି  ଢେଙ୍କାନାଳ ଜିଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ଓଡ଼ିଶା ଶିକ୍ଷା ସେବା-୧  ସ୍ଵୀୟ ବକ୍ତବ୍ୟରେ କେବଳ  ପାଠ ପଢ଼ା ନୁହେଁ ଏଥି ସହିତ ଲୋକନୃତ୍ୟ ଓ ରୋଲ ପ୍ଲେ ଭଳି ସମସ୍ତ ସହଶୈକ୍ଷିକ କାର୍ଯ୍ୟକ୍ରମ ମାଧ୍ୟମରେରେ ହିଁ ଛାତ୍ରୀ ଛାତ୍ର ମାନଙ୍କର  ସର୍ବାଙ୍ଗୀନ ବିକାଶ  ସମ୍ଭବ ବୋଲି ଦୃଢ଼ ମତପୋଷଣ କରିଥିଲେ।ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଦେହୁରୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି  ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ଛାତ୍ର ମାନଙ୍କର ଅଧିକ ଅଂଶଗ୍ରହଣ କଳା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପ୍ରମାଣିତ କରିବାର ପ୍ରକୃଷ୍ଠ ନିଦର୍ଶନ ବୋଲି ମତବ୍ୟକ୍ତ କରିଥିଲେ।

ରୋଲ ପ୍ଲେ ରେ ବିଚାରକ ଭାବରେ ବରିଷ୍ଠ ଲେଖକ, କଳାକାର ,ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଉଭୟ ଶତ୍ରୁଘ୍ନ ମାଟି ଏବଂ ସୁରେଶ କୁମାର ମିଶ୍ର,ସଙ୍ଗୀତକାର ଗୁରୁ ଯାମିନୀ ରଞ୍ଜନ ଦାଶ ଏବଂ ସଙ୍ଗୀତ ଓ ନୃତ୍ୟ ଗୁରୁ ସବିତା ଧୀର ଅନ୍ୟତମ ବିଚାରକ ଭାବରେ ଯୋଗଦାନ କରି ଉଭୟ ପ୍ରତିଯୋଗିତାର ମୂଲ୍ୟାୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ସ୍ଵୀୟ ବକ୍ତବ୍ୟରେ କଳା ହିଁ ଜୀବନର ଅନ୍ତସ୍ବର ଓ ଏହାକୁ ସାଧନା କରି ସିଦ୍ଧି ପାଇବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିଲେ ଦିନେ ନା ଦିନେ ସଫଳତା ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।


ଲୋକନୃତ୍ୟ ପ୍ରତିଯୋଗିତାରେ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଗ ବିଦ୍ୟାଳୟ ପ୍ରଥମ ସ୍ଥାନ,ଭୋଳେଶ୍ୱର ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ, ଭାପୁର ଦ୍ବିତୀୟ ସ୍ଥାନ ଓ ରାସୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ସେହିପରି ରୋଲ ପ୍ଲେରେ  ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା ପ୍ରଥମ ସ୍ଥାନ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଦ୍ବିତୀୟ ସ୍ଥାନ ଓ ଶଙ୍କରପୁର  ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରି ମୁଖ୍ୟଅତିଥିଙ୍କ ହସ୍ତରୁ ଅଂଶଗ୍ରହଣକାରୀ ସମସ୍ତ ଛାତ୍ରୀ, ଛାତ୍ର ଓ ମାର୍ଗଦର୍ଶକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁରସ୍କାର ଗ୍ରହଣ କରିଥିଲେ।

ପଞ୍ଚାୟତ ହାଇସ୍କୁଲ, ମରୁଆବିଲର ବିଜ୍ଞାନ ଶିକ୍ଷକ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିବାବେଳେ ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଅଶୋକ କୁମାର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିବା ସଙ୍ଗେ ସଙ୍ଗେ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


Leave A Reply

Your email address will not be published.

fourteen + 16 =