ସବୁ ପିଲା ପଢ଼ିବେ ପାଠ : ଟାଟା ଆସପେୟାର୍ ର ଏହି ଶପଥ !

ଢ଼େଙ୍କାନାଳ: ଶିକ୍ଷାର ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ ସଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ଏହା ସଫଳ ହେଉନାହିଁ । ଟାଟା ଆସପେୟାର୍ ଚେଷ୍ଟା କରିଛି ସବୁ ବର୍ଗର ଓ ସବୁ ପ୍ରକାର ର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବ ।

ଏଣୁ ଏଥି ନିମିତ୍ତ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଡିହସାହି ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଟାଟା ର କୋର୍ଡିନେଟର୍ ତପନ ଖିଲାର, ବାଉଁଶ ପୋଖରୀ ପଞ୍ଚାୟତ ସରପଞ୍ଚ ରଣଜିତ୍ ପ୍ରଧାନ, ଶିକ୍ଷା କମିଟି ଚେୟାରମ୍ୟାନ୍ ସଞ୍ଜୟ ବେହେରା, ୱାର୍ଡ଼୍ ସଭ୍ୟା ସବିତା ବେହେରା, ସି ଆର୍ ସି ସି ସରୋଜ ବିଶ୍ୱାଳ ଙ୍କ ସମେତ ବିଦ୍ୟାଳୟ ର ଶିକ୍ଷକମାନେ ଉପସ୍ଥିତ ରହିଥିଲେ । ଟାଟା ଆସପେୟାର୍ ର ସି ଏଫ୍ ବାନାମ୍ବର ନାଏକ, ଜିପିସି ପ୍ରକାଶ ସେଠୀ, ଯତୀନ ଭୋଇ, ଶୁଭଶ୍ରୀ ମାଝୀ,ସରସ୍ବତୀ ନାଏକ ଚନ୍ଦ୍ରକାନ୍ତି ପ୍ରଧାନ, ସେଲୋନୀ ଗଡ଼ନାୟକ ,ସୁଶୀଲ ସାମଲ‌ ଓ ଅନିଲ୍ ବେହେରା ପ୍ରମୁଖ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

ଶେଷରେ ସମସ୍ତ ପିଲାଙ୍କୁ ଖାତା ଏବଂ କଲମ ପ୍ରଦାନ କରାଯାଇଥିଲା । ଉପସ୍ଥିତ ଥିବା ଜନତା ଟାଟା ର ଏପରି କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଂଶସା କରିଥିଲେ ।

Leave A Reply

Your email address will not be published.

5 × four =