ଜିଲ୍ଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ!

ଢେଙ୍କାନାଳ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଢେଙ୍କାନାଳ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ଗୃହ ଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ମୋ ସରକାର ଅଧିନରେ କିଭଳି ଜିଲ୍ଲା ସ୍ୱାସ୍ଥ୍ୟ ଅନୁଷ୍ଠାନ ଗୁଡିକ ପୁରସ୍କୃତ ହେବେ ତା ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଖାଦ୍ୟ ନିରାପତା ସ୍କ୍ୱାର୍ଡକୁ ନିୟମିତ ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଂଚ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଡକ୍ତରଖାନା ଗୁଡିକ ସ୍ୱଚ୍ଛତା ଉପରେ ଗୁରୁତ ଦେଇ ଔଷଧୀୟ ଉଦ୍ୟାନ ସ୍ଥାପନ କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦିଆଗଲା । ପିପିପି ମୋଡରେ ଚାଲୁଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଅଧିକ ସକ୍ରିୟ ହେବା ସହ ରୋଗୀମାନଙ୍କୁ ଅଧିକରୁ ଅଧିକ ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ଏହା ସହ ଅପହଞ୍ଚ ଇଲାକାରେ ମୋବ।।ଇଲ ହେଲ୍‌ଥ ଟିମକୁ ଅଧିକ ଦୃଢ କରାଯିବା ନିମନ୍ତେ ବୈଠକରେ ନିଷ୍ପତି ନିଆଗଲା । ଏହି ଅବସରରେ ଉପଖଣ୍ଡ ଚିକିତ୍ସାଳୟ କାମାକ୍ଷାନଗର ଏବଂ ଗୋଷ୍ୱୀ ସ୍ୱାସ୍ଥ୍ୟ କେନ୍ଦ୍ର ଭୁବନକୁ ପିସିପିଏନଡିଟି ଅନ୍ତର୍ଗତ ଦୁଇଟି ନବୀକରଣ ପ୍ରସ୍ତାବକୁ ଜିଲ୍ଲାପାଳ ଅନୁମୋଦନ କରିଥିଲେ । ଏହା ସହ ମୁନିିସିପାଲିଟି ଅଧିନରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କାଠଗଡା ଠାରେ ରୋଗୀମାନଙ୍କ ସେବା ପାଇଁ ଏକ ନୂତନ ଅଲଟ୍ରା ସାଉଣ୍ଡ କେନ୍ଦ୍ର ସ୍ଥାପନା ନିମନ୍ତେ ଜିଲ୍ଲାପାଳ ଅନୁମୋଦନ କରିଥିଲେ ।

ପ୍ରାରମ୍ଭିକ ଭାଷଣ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧକାରୀ ଡା.ଅଶୋକ କୁମାର ଦାଶ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟକ୍ରମ ଏବଂ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାର ୧୯ଗୋଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଆର୍ଥିକ ବର୍ଷ ୨୦୨୧-୨୨ ନିମନ୍ତେ ସ୍ୱଚ୍ଛତା ମାନଦଣ୍ଡ ବଜାୟ ରଖିବା ହେତୁ କାୟାକଳ୍ପ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

ଏହା ସହ ଅଧିକରୁ ଅଧିକ ସ୍ୱାସ୍ଥ୍ୟ ଅନୁଷ୍ଠାନ କିଭଳି ଭାବରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଗୁଣବତା ଏବଂ ସ୍ୱଚ୍ଛତା ମାନଦଣ୍ଡରେ ଉତୀର୍ଣ୍ଣ ହେବେ ଜିଲ୍ଲାପାଳ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସେହିପରି ୧୫ତମ ଫାଇନାନ୍ସ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ ଭିତିଭୁମିର ପର୍ଯ୍ୟାୟ କ୍ରମେ ରୂପାନ୍ତର କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ସଦର,ହିନ୍ଦୋଳ ଓ କାମାକ୍ଷାଗରଙ୍କ ସହିତ ବିଭି୍‌ନ୍ନ ବିଭାଗର ଅଧିକାରୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଜ୍ୟୋତିଷ ଚନ୍ଦ୍ର ମହାପାତ୍ର,ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ଡା. ଗୁରୁପ୍ରସାଦ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଂଟ ଡା.ଜୟକୃଷ୍ଣ ନାୟକ, ବିଭିନ୍ନ ବ୍ଲକର ଭାରପ୍ରାପ୍ତ ଚିକିତ୍ସାଧିକାରୀ , ଜାତାୟ ସ୍ୱାସ୍ଥ୍ୟ ମିଳନର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକ୍ରମ ପରିଚାଳକ ସୋନାଲୀ ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.

15 − seven =