ହେଲ୍ପିଙ୍ଗ୍ ହାଣ୍ଡ୍ସ୍ ସୋଶିଓ ଷ୍ପେସିଫିକ୍ ଯୁବଅନୁଷ୍ଠାନର କ୍ଲାଇମେଟ୍ ଚେଞ୍ଜ୍ ଓ ପ୍ଲାଷ୍ଟିକ୍ର ବିକଳ୍ପ ଉପରେ ଗୁରୁତ୍ୱ !
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ତଥା ଓଡିଶାର ସ୍ୱର୍ଣ୍ଣ ତ୍ରିଭୁଜ କୁହାଯାଉଥିବା ପର୍ଯ୍ୟଟନସ୍ଥଳୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ (ଓଡିଶାର କୈଳାଶ)ଙ୍କ ପବିତ୍ର ପୀଠସ୍ଥଳୀ ହେବ ପ୍ଲାଷ୍ଟିକ ମୁକ୍ତ ।
ସଫାସୁତୁରା ପରିବେଶରେ ପର୍ଯ୍ୟଟକ ଦିଅଁ ଦର୍ଶନ କରିପାରିବା ସଙ୍ଗେ ସଙ୍ଗେ ଏକ ସୁଖଦ ଅନୁଭୂତି ନେଇ ଫେରିବେ, କ୍ଲାଇମେଟ୍ ଚେଞ୍ଜ ଉପରେ ଯୁବପିଢିଙ୍କ ଫୋକସ୍ । ଏଭଳି ଏକ ମହତ ଉଦ୍ଦେଶ୍ୟ ନେଇ ପୁନର୍ବାର “ମିଶନ୍ ପ୍ଲାଷ୍ଟିକ୍ ଫ୍ରି ଅଭିଯାନ’ । ଏହି ଉପଲକ୍ଷେ ଆଜି ଢେଙ୍କାନାଳ ଜିଲ୍ଲା ର ଅଗ୍ରଣୀ ଯୁବ ଅନୁଷ୍ଠାନ ହେଲ୍ପିଙ୍ଗ୍ ହାଣ୍ଡ୍ସ୍ ସୋଶିଓ ଷ୍ପେସିଫିକ୍ (ଏଚ୍ ଟୁ ଏସ୍ ଟୁ), ଟଘଓଉଋୠ ଓଦ୍ଭୟସବ ଏବଂ ୟୁଥ୍ ଫର୍ ୱଟର୍ ର ମିଳିତ ପ୍ରୟାସ ରେ ଶୈବପୀଠ କପିଳାସ ଅଞ୍ଚଳକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ କରିବା ଦିଗରେ ଏକ “ପ୍ଲାଷ୍ଟିକ୍ ଫ୍ରି ମିଶନ ଢେଙ୍କାନାଳ ଟ୍ରୁିଜିମ’ (ସ୍ୱଚ୍ଛ କପିଳାସ- ସୁନ୍ଦର ଢେଙ୍କାନାଳ) ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ମାଟିର ଦ୍ୱିତୀୟ କଳ୍ପନା ଦାଶର ପରିକଳ୍ପନା କରାଯାଉଥିବା ଜିଲ୍ଲାର ସୁପୁତ୍ରୀ ପର୍ବତାରୋହୀଣି (୨୪ ବର୍ଷୀୟା) ସୁଶ୍ରୀ ପ୍ରଭାସିନୀ ପରିଡା, ଯିଏ କି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବହୁ ଖ୍ୟାତି ଅର୍ଜନ କରି ଆସୁଛନ୍ତି ଏବଂ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଅନ୍ୟ ଏକ ସୁପୁତ୍ରୀ ଯିଏକି ଏନସିସି ରେ ଆମ ରାଜ୍ୟ ଓଡ଼ିଶାରୁ ବେଷ୍ଟ୍ ୫୩ ଜଣ କ୍ୟାଡେଟ୍ଙ୍କ ମଧ୍ୟରୁ ଆସନ୍ତା ଜୁନ୍ ମାସ ରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାର ପାଇଁ ଢେଙ୍କାନାଳ ଜିଲ୍ଲାରୁ ଏକମାତ୍ର କ୍ୟାଡେଟ୍ ଭାବେ ମନୋନୀତ ହୋଇଥିବା (୨୨ ବର୍ଷୀୟା) ସୁଶ୍ରୀ ପ୍ରିତିମୟୀ ମହାନ୍ତି ତଥା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ,୧୦୦ ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଏବଂ ଯୁବପିଢ଼ି ଯୋଗ ଦେଇ ୩.୫ କିମି ପାହାଡ ଚଢି ଆବର୍ଜନା, ବୋତଲ ସଂଗ୍ରହ କରିବା ସହ ସଫେଇ ଅଭିଯାନ କରିଥିଲେ ।
ରାଜ୍ୟର ପ୍ରସିଦ୍ଧ ଶୈବପୀଠର ପରିବେଶକୁ ସଫାସୁତୁରା ରଖିବା ସମସ୍ତଙ୍କ ନୈତିକ ଦାୟିତ୍ୱ, ବ୍ୟବସାୟୀ, ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଙ୍କ ବିନା ଏହି ମହତଲକ୍ଷ୍ୟ ପୂରଣ କରିବା ଅସମ୍ଭବ । ତେଣୁ ପୀଠକୁ ପଲିଥିନ ବାରଣ କରିବା ସହ ବ୍ୟବସାୟୀଙ୍କୁ ବ୍ୟବସାୟ ପାଇଁ ପଲିଥିନର ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ପଡିବ । ଯାହାଦ୍ୱାରା କପିଳାସର ଶୋଭା ଆହୁରି ବଢିବ ବୋଲି ଦୁଇ ଅନୁଷ୍ଠାନ ପକ୍ଷରୁ ସଚେତନ କରାଯାଇଥିଲା ।
ସେହିପରି କପିଳାସକୁ ସ୍ୱଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ରଖିବା ଦିଗରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତାମାନେ ମତବ୍ୟକ୍ତ କରିଥିଲେ । ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା?ନିଜକୁ ଫିଟ୍ ରଖିବା ସହିତ ପରିବେଶ କୁ ସଫାସୁତୁରା ରଖି ପରିବେଶକୁ କିପରି ସୌନ୍ଦର୍ଯ୍ୟମୟ ରଖାଯାଇପାରିବ ସେହି ଦିଗରେ ଢେଙ୍କାନାଳ ଜିଲ୍ଲାର ଏହି ଯୁବ ଅନୁଷ୍ଠାନ ହେଲ୍ପିଙ୍ଗ୍ ହାଣ୍ଡ୍ସ୍ ସୋଶିଓ ଷ୍ପେସିଫିକ୍ (ଏଚ୍ ଟୁ ଏସ୍ ଟୁ) ଲଗାତାର ଭାବେ ଏଭଳି କାର୍ଯ୍ୟକ୍ରମ ର ପ୍ରୟାସ ଜାରି ରଖିବା ସହିତ ଆଗକୁ ଏହି ସଚେତନତା ବାର୍ତା କୁ ଢେଙ୍କାନାଳ ସମେତ ଓଡିଶା ର ସମସ୍ତ କୋଣ ଅନୁକୋଣ ରେ ପହଂଚିବା ପାଇଁ ଅନୁଷ୍ଠାନ ର ସଦସ୍ୟ ସଦସ୍ୟା ମାନେ ଲକ୍ଷ ରଖିଥିବା ସହ ଦୃଢୋକ୍ତି ର ସହ ମତ ପ୍ରକାଶ କରିଛନ୍ତି ।